Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୬ରେ ବିଜେଡିରେ ଯୋଗଦେବେ ପ୍ରଦୀପ

    Share on :
    ajab-Image
    Date: Oct 29, 2021    Views: 4686

    ନବରଙ୍ଗପୁର: ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ୟର୍୍ୟକାରୀ ସଭାପତି ପ୍ରଦୀପ ମାଝି ଦଳରୁ ଇସ୍ତଫା ଦେବା ପରେ ନିକଟରେ ସେ ବିଜେଡିରେ ଯୋଗ ଦେଉଥିବା ସୂଚନା ଦେଇଥିଲେ । ମିଳିଥିବା ସୂଚନା ମୁତାବକ ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡିରେ ଆନୁଷ୍ଠାନିକଭାବେ ଯୋଗଦେବେ । ଏହି ମିଶ୍ରଣ ପର୍ବ ନିଜ ନିର୍ବାଚନ ମଣ୍ଡଳୀ ନବରଙ୍ଗପୁରରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗଦେବାର ଖବର ମଧ୍ୟ ଶୁଣିବାକୁ ମିଳୁଛି। 

    ପ୍ରଦୀପଙ୍କ ସହିତ ତାଙ୍କର ନିକଟତମ ସହଯୋଗୀ ଏବଂ ବିଜେଡିର ସ୍ଥାନୀୟ ବିଧାୟକ , ଏମ୍‌ପି ଓ ଦଳୀୟ ନେତାଙ୍କ ଉପସ୍ଥିତିରେ ପ୍ରଦୀପ ନିଜର ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେବେ ବୋଲି କହିଛନ୍ତି । ପ୍ରଦୀପ ଅକ୍ଟୋବର ୨୨ରେ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟରେ କଂଗ୍ରେସ ଦିନକୁ ଦିନ ନିଜର ଅମାନତ ହରାଉଥିବା ବେଳେ ଧିରେଧିରେ ଲୋକଙ୍କ ମଧ୍ୟରେ ଗ୍ରହଣିୟତା ମଧ୍ୟ ହ୍ରାସ ପାଉଛି । ତେବେ ନିଜର ଭବିଷ୍ୟତ ପାଇଁ ପ୍ରଦୀପ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ହେଉଛି ।

    Maximum 500 characters

    ରାଜନୀତି View all

    Find Us on Facebook