ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗିରହିଥିବା ବେଳେ । ବିଦୁ୍ୟତ ବିଭାଗ ଏକ ଆସ୍ୱସ୍ତିକର ଖବର ଶୁଣିବାକୁ ମିଳିଛି କି ରାଜ୍ୟରେ ଆଉ ହେବନି ବିଜୁଳି କାଟ । କେବଳ ମରାମତି ପାଇଁ ସକାଳ ସମୟରେ କାଁ ଭାଁ ବିଦୁ୍ୟତ କାଟ ହେବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ବିଦ୍ୟୁତ ବିତରଣ କମ୍ପାନିକୁ ଏମିତି ନିଦେ୍ର୍ଧଶ ଦେଇଛି ରାଜ୍ୟ ଶକ୍ତି ବିଭାଗ । ଚଳିତ ମାସ ବିଜୁଳି କାଟ ହେବନି ବୋଲି ଶକ୍ତି ବିଭାଗର ପ୍ରମୁଖ ସଚିବ ସଞ୍ଜୟ ବିହାରୀ ଧଳ କହିଛନ୍ତି । ଶକ୍ତି ବିଭାଗରେ ସସ୍କାର ଆଣିବା ପାଇଁ ଦୀର୍ଘମିଆଦୀ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏଥିରେ ଆଗାମି ୫,୫୦୦କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ।
ରାଜ୍ୟରେ ଖରାଦିନରେ ପିକ ଆୱାରରେ ଯେତିକି ବିଦୁ୍ୟତ୍ ଆବଶ୍ୟକ ତା, ଠାରୁ ଆଧିକ ରାଜ୍ୟରେ ଗଚ୍ଛିତ ଥିବା ଶକ୍ତି ସଚିବ କହିଛନ୍ତି । ଆଗକୁ ନିରବଚ୍ଛିନ୍ନ ବିଜୁଳି ମିଳିବ ବୋଲି ବିଦୁ୍ୟତ ବିତରଣ କମ୍ପାନୀ କହିଛି । ଗତ ବର୍ଷ ମରାମତି ପାଇଁ ଟାଟା ପାୱାର ୨୫୦କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏବର୍ଷ ୪୦୦କୋଟି ନିବେସ କରିବ । ଆଗକୁ ପିଲାଙ୍କ ପରୀକ୍ଷା ଥିବାରୁ ଆଗକୁ ଆଉ ବିଜୁଳି କାଟ ହେବନି ବୋଲି କହିଛନ୍ତି ଶକ୍ତି ସଚିବ ।
Comments ସମସ୍ତ ମତାମତ