Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ପର୍ତ୍ତୁଗାଲକୁ ବିଦାକଲା ବେଲଜିୟମ

    Share on :
    ajab-Image
    Date: Jun 29, 2021    Views: 3456

    ସେଭିଲ: ବିଜେତା ପର୍ତ୍ତୁଗାଲର ୟୁରୋ କପ ଅଭିଯାନ ଶେଷ ହୋଇଯାଇଛି । ରବିବାରର ପି୍ରକ୍ୱାର୍ଟର ଫାଇନାଲରେ ବେଲଜିୟମ ୧-୦ ଗୋଲରେ ପର୍ତ୍ତୁଗାଲକୁ ହରାଇ ବିଦାୟ ରାସ୍ତା ଦେଖାଇଛି । ଏଥିସହି ଚତୁର୍ଥ ଦଳ ଭାବେ କ୍ୱାର୍ଟର ଫାଇନାଲ ସ୍ଥାନ ପକ୍କା କରିଛି । କ୍ୱାର୍ଟରରେ ଏହି ଦଳ ୩୧ ମ୍ୟାଚ ଧରି ଅପରାଜିତ ଥିବା ଇଟାଲିକୁ ଭେଟିବ । ମ୍ୟାଚର ୪୩ ମିନିଟରେ ଥର୍ଜେନ ହାଜାର୍ଡଙ୍କ ଗୋଲ ରୋବର୍ତୋ ମାର୍ଟିନଜଙ୍କ ଦଳର ବିଜୟ ସୁରକ୍ଷିତ କରିଥିଲା । ଯାହା ଦ୍ୱିତୀୟାର୍ଦ୍ଧରେ ପର୍ତ୍ତୁଗାଲର ଏକାଧିକ ଚାପରୁ ବର୍ତ୍ତିବାର ସହଯୋଗ କରିଥିଲା । ଏଥିସହ ୫ ବର୍ଷ ତଳେ ପ୍ୟାରିସରେ ୟୁରୋ ଟ୍ରଫି ଜିତିଥିବା କି୍ରଷ୍ଟିଆନୋ ରୋନାଲଡୋ ଏବଂ ତାଙ୍କ ଦଳର ଚଳିତ ପ୍ରତିଯୋଗିତାର ଆଗକୁ ଯିବାର ବାଟ ବନ୍ଦ କରିଦେଇଥିଲା । ଏହି ମ୍ୟାଚରେ ପର୍ତ୍ତୁଗାଲ ଭଲ ଆରମ୍ଭ କରିଥିଲା । ଷଷ୍ଠ ମିନିଟରେ ଦଳକୁ ମିଳିଥିବା ସୁଯୋଗକୁ ଡିଓଗୋ ଜୋଟା ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା । ପରବର୍ତ୍ତୀ ସମୟରେ ଭଲ ଖେଳିଥିଲେ ମଧ୍ୟ ଗୋଲ ଦେବାକୁ ସକ୍ଷମ ହୋଇନଥିଲା । ଶେଷରେ ହାଜାର୍ଡ ଗୋଲରେ ପ୍ରଥମାର୍ଦ୍ଧରେ ଅଗ୍ରଣୀ ନେଇଥିବା ବେଲଜିୟମ ବିଜୟୀ ହୋଇଥିଲା ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook