ମାଳକାନାଗିରି: ପୋଲିସକୁ ଚକମା ଦେଇ ଦୁଇ ଅଭିଯୁକ୍ତ ଚମ୍ପଟ ମାରିଛନ୍ତିି । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନାଗିରି କାଲିମେଡିକାଲ ଠାରେ । ଅଭିଯୁକ୍ତଙ୍କୁ ଚେକ୍ଅପ୍ ପାଇଁ କାଲିମେଳା ମେଡିକାଲକୁ ଅଣାଯାଇଥିଲା । ଏହି ସମୟରେ ସୁଯୋଗ ଦେଖି ପୋଲିସ ଆଖିରେ ଧୂଳି ଦେଇ ଦୁଇ ଅଭିଯୁକ୍ତ ଚମ୍ପଟ ମାରିଥିଲେ ।
ଏହାପରେ ପୋଲିସ୍ ଦୁଇ ଜଣଙ୍କୁ ଖୋଜାଖୋଜି କରିବା ପରେ ନିକଟରେ ଥିବା ଜଂଗଲରୁ ଜଣେ ଧରାପଡିଥିଲା କିନ୍ତୁ ଅନ୍ୟ ଜଣେ ଏବେବି ଫେରାର ରହିଥିବା ସୂଚନା ମିଳିଛି । ପୋଲିସ୍ ଉକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରଖିଛି ।
ସୂଚନା ଅନୁସାରେ ଗତ ବୁଧବାର ଦିନ ଗଞ୍ଜେଇ ଚାଲାଣ ବେଳେ ୨ଜଣ ଅଭିଯୁକ୍ତ ଧରାପଡିଥିଲେ । କୋର୍ଟ ଚାଲାଣ ପୂର୍ବରୁ ପୋଲିସ୍ ଦୁଇ ଜଣଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା । ଏହି ସୁଯୋଗ ଦେଖି ଦୁଇ ଜଣ ଛୁ ମାରିଥିଲେ ।
Comments ସମସ୍ତ ମତାମତ