ମୁଖ୍ୟ ଖବର
ଭୁବନେଶ୍ୱର : ଜୁନ୍ ୨ରୁ ଆରମ୍ ହେବ ଯୁକ୍ତ୨ ମୂଲ୍ୟାୟନ । ଏହି ପ୍ରକ୍ରିୟାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଜୁନ୍ ୪ରେ ଗଣିତ, ଗୃହ ବିଜ୍ଞନ ଆଦି ବିଷୟର ପରୀକ୍ଷା ରହିଛି । ଏହି ପରୀକ୍ଷା ପରିଚାଳନାରେ ପରୀକ୍ଷାକେନ୍ଦ୍ର ସୁପରିନ୍ଟେଣ୍ଡଣ୍ଟ, ଡେପୁଟି ସୁପରିନ୍ଟେଣ୍ଡ, ଇନଭିଜିଲେଟର, ହବ୍ ଅଫିସିଆଲ, ସ୍କ୍ୱାଡ୍ ସଦସ୍ୟ ପ୍ରମୁଖ ନିଯୋଜିତ ରହିବେ ।
ତାହାକୁ ନଜରରେ ରଖି ୪ତାରିଖରେ ହେବାକୁ ଥିବା ଅଫଲାଇନ୍ ଓ ଅନଲାଇନ୍ ମୂଲ୍ୟାୟନ ବନ୍ଦ ରହିବ ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ସେପଟେ ଜୁନ୍ ୫ରେ ରାଜ୍ୟର ବିଭିନ୍ନ କଲେଜରେ ସିଭିଲ୍ ସର୍ଭିସ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାରୁ ଏହି ଦିନ ମୂଲ୍ୟାୟନ ପ୍ରକ୍ରିୟାକୁ ବନ୍ଦ ରଖିବାକୁ ଅଧ୍ୟାପକମାନେ ଦାବି କରିଛନ୍ତି ।
Comments ସମସ୍ତ ମତାମତ