Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

State Board

ମୁଖ୍ୟ ଖବର

    ଏହି ଦିନଠୁ ଯୁକ୍ତ୨ ଖାତାଦେଖା

    Share on :
    ajab-Image
    Date: May 28, 2022    Views: 3957

    ଭୁବନେଶ୍ୱର : ଯୁକ୍ତ ୨ ଖାତାଦେଖା ଜୁନ ୨ରୁ ଆରମ୍ଭ ହେବ । ରାଜ୍ୟର ସମୁଦାୟ ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍ ମୂଲ୍ୟାୟନ ହେବ । ଏହାବ୍ୟତୀତ ୩୭ଟି କେନ୍ଦ୍ରରେ ଅନଲାଇନ ମୂଲ୍ୟାୟନ ହେବ  । ସମୁଦାୟ ୨ଟି ପର୍ଯ୍ୟାୟରେ ଯୁକ୍ତ ୨ ଖାତା ମୂଲ୍ୟାୟନ କରାଯିବ । ଜୁନ ୨ରୁ ଜୁନ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବ  । ପରେ ଜୁନ ୧୩ରୁ ୨୨ ଯାଏ ୨ୟ ପର୍ଯ୍ୟାୟ ମୂଲ୍ୟାୟନ ହେବ  ।

    ସୂଚନାଯୋଗ୍ୟ, ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପରୀକ୍ଷା ଜୁନ୍ ୪ ତାରିଖରେ ସରିବ  । ହେଲେ ଏହା ପୂର୍ବରୁ ଜୁନ ୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି  ।

    Maximum 500 characters

    State Board View all

    Find Us on Facebook