Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୮ରେ ବାହାରିବ ଯୁକ୍ତ ଦୁଇ କଳା ରେଜଲ୍ଟ

    Share on :
    ajab-Image
    Date: Aug 6, 2022    Views: 3292

    ଭୁବନେଶ୍ବର: ଆସନ୍ତା ୮ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ । ୮ ତାରିଖ ଅପରାହ୍ନ ୪ଟା ସମୟରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ । www.odisharesults.nic.inରେ ଉପଲବ୍ଧ ହେବ ରେଜଲ୍ଟ । ଏନେଇ ଆଜି(ଶନିବାର) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

    ସୂଚନା ଅନୁଯାୟୀ, ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି । ଆସନ୍ତା ୮ ତାରିଖରେ କଳା ଓ ଧନ୍ଦାମୂଳକ ଫଳ ବାହାରିବ । କଳା ବିଭାଗରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ ଏବଂ ୫ହଜାର ୮୬୩ ଜଣ ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀ ରହିଛନ୍ତି । ଏହି ପରୀକ୍ଷା ପାଇଁ ୧,୧୩୩ଟି ପରୀକ୍ଷା କେନ୍ଦ୍ର ଏବଂ ୨୦୨ଟି ପରୀକ୍ଷା ପରିଚାଳନା ହବ୍ (ନୋଡାଲ୍ ସେଣ୍ଟର) କରାଯାଇଥିଲା ।

    Maximum 500 characters

    ତାଜା ଖବର View all

    Find Us on Facebook