Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବିମାନ, ଆଉ ତା’ପରେ

    Share on :
    ajab-Image
    Date: Nov 28, 2022    Views: 4634

    ନୂଆଦିଲ୍ଲୀ: ବିଦ୍ୟୁତ ଖୁଣ୍ଟରେ ପିଟିହେଲା ଛୋଟ ବିମାନ । ଫଳରେ ପାଖାପାଖି ୯୦ ହଜାର ଘରର ବିଦ୍ୟୁତ ସରବରାହ ବନ୍ଦ ରହିଛି । ଏପରି ଘଟଣା ଆମେରିକାର ମୋଣ୍ଟଗୋମରୀ କାଉଣ୍ଟି ଠାରେ ଘଟିଛି । ମିଳିଥିବା ସୂଚନା ଅନୁସାରେ, ବିମାନ ଦୁର୍ଘଟଣାରେ କେହି ଗୁରୁତର ହୋଇ ନାହାନ୍ତି । ଆମେରିକାର ମେରିଲ୍ୟାଣ୍ଡରେ ମୋଣ୍ଟଗୋମରୀ କାଉଣ୍ଟି ଠାରେ ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି ।
    ଏକ ଛୋଟ ବିମାନ ବିଦ୍ୟୁତ ଖୁଣ୍ଟ ସହ ପିଟି ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି । ମୋଣ୍ଟଗୋମରୀ ଠାରେ ପାଖାପାଖି ୯୦ ହଜାର ଲୋକ ଅନ୍ଧାର ଘେରରେ ରହିଛନ୍ତି । ଏହାର ପ୍ରଭାବରେ ଅନ୍ୟ ଅଞ୍ଚଳରେ ମଧ୍ୟ ବିଦ୍ୟୁତ ସେବା ବନ୍ଦ ରହିିଛି । ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ମିଳିଥିବା ସୂଚନା ଅନୁସାରେ, ପାଗ ଖରାପ ଥିବା ସମୟରେ ଏପରି ଦୁର୍ଘଟଣା ଘଟିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook