Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିକ୍ରମ ପଣ୍ଡାଙ୍କ ସମେତ ୫ ଜଣଙ୍କ ଜାମିନ୍ ଆବେଦନ ରାୟ ସଂରକ୍ଷିତ

    Share on :
    ajab-Image
    Date: Dec 9, 2025    Views: 2429

    ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲା। ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ବିଜେଡି ନେତା ମଦନ ଦଳେଇ, ସହଯୋଗୀ ଶୂନ୍ୟ ଚନ୍ଦ୍ର ଦାସ, ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓ ସୁନୀଲ ହୋତାଙ୍କ ଜାମିନ ଆବେଦନ ଶୁଣାଣି ଶେଷ ହୋଇଛି। ବିକ୍ରମ ପଣ୍ଡାଙ୍କ ସମେତ ୫ ଜଣଙ୍କ ଜାମିନ୍ ଆବେଦନ ରାୟ ସଂରକ୍ଷିତ ରଖିଲେ କୋର୍ଟ । ଆସନ୍ତା ୧୨ରେ ଜାମିନ୍ ଆବେଦନର ରାୟ ପ୍ରକାଶ ପାଇବ। କେସ୍କୁ ଜିଲ୍ଲାଦୌରା ଜଜ୍ କୋର୍ଟରୁ ADJ-୩କୁ ମାମଲା ସ୍ଥାନାନ୍ତରିତ କରାଯାଇଛି। ଏନେଇ ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି। ଅନ୍ୟପରେ ପୁଲିସକୋର୍ଟରେ ସିଡି (କେସ୍ ଡାଏରୀ) ଦାଖଲ କରିଛି।

    ସୂଚନା ଅନୁଯାୟୀ ପୀତବାସ ପଣ୍ଡାଙ୍କୁ ଅକ୍ଟୋବର ୬ କୁମାର ପୂର୍ଣ୍ଣିମା ରାତି ୧୦ଟାରେ ବୈକୁଣ୍ଠନଗର ଛକରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ବିକ୍ରମ କୁମାର ପଣ୍ଡାଙ୍କ ସହ ୧୬ ଜଣଙ୍କୁ ପୁଲିସ ଗିରଫ କରିଥିଲା।

    Maximum 500 characters

    ତାଜା ଖବର View all

    Find Us on Facebook