Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଲିଫ୍ଟ ଦେଲେ, ଲୁଟର ଶିକାର ହେଲେ

    Share on :
    ajab-Image
    Date: Nov 24, 2021    Views: 3142


    ଚନ୍ଦ୍ରଶେଖରପୁର: ବିଳମ୍ବିତ ରାତିରେ ଲିଫଟ ଦେବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ହସ୍ପିଟାଲ ଯିବା ପାଇଁ ବିକଳିଆ ହୋଇ ଲିଫଟ ମାଗିଥିବା ଯୁବକ ବାଟରେ ଛୁରି ଲଗାଇ ବାଇକ ଆରୋହୀଙ୍କ ବାଇକ, ମୋବାଇଲ ଫୋନ ଓ ଟଙ୍କା ଲୁଟି ନେଇଛି । ତେବେ ସୌଭାଗ୍ୟକୁ ଲୁଟେରା ପୁଲିସ ପଞ୍ଝାରେ ପଡ଼ିଛି ଓ ଲୁଟ କରିଥିବା ସବୁ ସାମଗ୍ରୀ ଜବତ ହୋଇଛି । ଘଟଣାଟି ଇନଫୋସିଟି ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ଏସ. ଅରୁଣ ବାଇକ ଯୋଗେ କିଟ୍ ମ୍ୟାଗନେଟ୍ ଛକଠାରୁ କିମସ ହସ୍ପିଟାଲ୍ ଆଡ଼କୁ ଯାଉଥିଲେ । ମ୍ୟାଗନେଟ ଛକରୁ କିଛି ଦୂରରେ ଶିଖରଚଣ୍ଡୀ ବସ୍ତିର ଟିକୁ ଶର୍ମା ତାଙ୍କୁ ଅଟକାଇ ଲିଫଟ ମାଗିଥିଲା । ଅରୁଣ ମନା କରିବାରୁ ଟିକୁ ବଡ଼ ବିକଳିଆ ହୋଇ ତା’ ସ୍ତ୍ରୀ କିମସ ହସ୍ପିଟାଲରେ ପଡ଼ିଥିବା କହିଥିଲା ।
     
    ଟିକୁର ବିକଳ ଦେଖି ଅରୁଣ ତାକୁ ଲିଫଟ ଦେଇଥିଲେ । ମାତ୍ର କିଛି ଦୂର ଯିବା ପରେ ଏକ ନିଛାଟିଆ ସ୍ଥାନ ଦେଖି ପଛ ସିଟରେ ବସିଥିବା ଟିକୁ ଏକ ଛୁରି ବାହାର କରି ଅରୁଣ ବେକରେ ଲଗାଇଥିଲା ଓ ଚୁପଚାପ ଗାଡ଼ିରୁ ଓହ୍ଲାଇବାକୁ ନିଦେ୍ର୍ଧଶ ଦେଇଥିଲା । ଅରୁଣ ଭୟରେ ବାଇକ ବ୍ରେକ କରି ରଖିଥିଲେ । ବାଇକରୁ ଓହ୍ଲାଇବା ପରେ ଟିକୁ ତାଙ୍କୁ ମୋବାଇଲ ଫୋନ ମାଗିବା ସହ ପକେଟରୁ ପର୍ସ କାଢ଼ିବାକୁ ଧମକ ଦେଇଥିଲା । ଛୁରି ଭୟରେ ବାଧ୍ୟ ହୋଇ ଅରୁଣ ସବୁ ଦେଇଦେଲେ । ଏହା ପରେ ଟିକୁ ବାଇକ ସହ ସେଠାରୁ ଫେରାର୍ ହୋଇ ଯାଇଥିଲା । ଚାଲି ଚାଲି ଅରୁଣ ଇନଫୋସିଟି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ପୁଲିସ ଟିକୁର ବିବରଣୀ ପାଇବା ପରେ ତୁରନ୍ତ ତାକୁ ଖୋଜିବାକୁ ଲାଗି ପଡ଼ିଥିଲା ଓ ତାକୁ ଶିଖରଚଣ୍ଡୀ ବସ୍ତିରୁ ଠାବ କରିଥିଲା । ପୂର୍ବରୁ ଟିକୁ ଏମିତି ଲୁଟପାଟ କରି ଜେଲ ଯାଇଥିବା ଜଣାପଡ଼ିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook