Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୋଷା କୁକୁର ଉପରେ ଲାଗିଲା କଟକଣା

    Share on :
    ajab-Image
    Date: Dec 1, 2022    Views: 3239

    ଭୁବନେଶ୍ୱର: ପୋଷାକୁକୁର ଉପରେ କଟକଣା ପାଇଁ ପ୍ରସ୍ତୁତ ହୋଇଥିବା ଡ଼୍ରାପ୍ଟ ସ୍ୱତନ୍ତ୍ର କମିଟି ଦ୍ୱାରା ସ୍ୱୀକୃତ ପାଇଛି । ଖୁବ ଶିଘ୍ର ଏହା ଲାଗୁ ହେବ । ସ୍ୱୀକୃତି ପାଇଥିବା ଡ୍ରାପ୍ଟ ମୁତାବକ କୁକୁର ପାଳିବାକୁ ହେଲେ ବିଏମସି ପାଖରେ ପଞ୍ଜିକରଣ କରିବାକୁ ହେବ । ଚାରିମାସ ପର୍ଯ୍ୟନ୍ତ କୁକୁର ମାଲିକଙ୍କୁ ସମୟ ଦିଆଯିବ । ଏହା ଭିତରେ ପଞ୍ଜିକରଣ ନକଲେ କାର୍ଯ୍ୟାନୁଷ୍ଠାନ ହେବ । ପ୍ରତି ବର୍ଷ ଏପ୍ରିଲରେ ପୁଣି ନବୀକରଣ ହେବ । କୁକୁରକୁ ନେଇ ମାଲିକ ବିଏମସିରେ ନବୀକରଣ ପାଇଁ ଆବଦେନ କରିବେ  । ପଞ୍ଜିକରଣ ପାଇଁ ୫୦୦ଟଙ୍କା ଦେୟ ଥିଲା ବେଳେ ନବୀକରଣ ପାଇଁ ୨୫୦ଟଙ୍କା ରହିଛି ।

    ପଞ୍ଜିକରଣକୁ ବର୍ଷେ ପୁରିବାର ଏକମାସ ପୂର୍ବରୁ ନବୀକରଣ ହେବ । ବିଳମ୍ବ ହେଲେ ଜରିମାନା ସହ ଦେୟ ୩୫୦ଟଙ୍କା ହେବ । ସେହିଭଳି ବିଏମସିରୁ ମିଳିଥିବା ଟ୍ୟାଗକୁ କୁକୁର ସବୁ ସମୟରେ ପିନ୍ଧିବ । ଏଥିରେ ମାଲିକଭ୍କ ଠିକଣା ସହ ପଞ୍ଜିକରଣ ତଥ୍ୟ ରହିବ । ଚଢ଼ାଉ ସମୟରେ ଏହି ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ । କୁକୁରର ମୃତୁ୍ୟ ହେଲେ ବିଏମସିରେ ଅବଗତ କରାଇବାକୁ ହେବ । ଜଣେ ମାଲିକ ଦୁଇଟି କୁକୁର ରଖି ପାରିବେ । ବୁଲାକୁକୁର ପାଇଁ ଦେୟ ଦେବାକୁ ପଡ଼ିବନାହିଁ । ବିଦେଶୀ କୁକୁରଙ୍କୁ ବାହାରେ ଛାଡ଼ିଲେ ଉଠାଇନେଇ ଦିନକୁ ୩ଶହ ହିସାବରେ ମାଲିକଠାରୁ ଆଦାୟ କରାଯିବ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook