Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବେକାରୀଙ୍କୁ ମିଳିବ ଭତ୍ତା

    Share on :
    ajab-Image
    Date: Jan 28, 2023    Views: 4273


    ରାୟପୁର : ରାଜ୍ୟର ଶିକ୍ଷିତ ବେକାରମାନଙ୍କୁ ଛତିଶଗଡ ସରକାର ଭତ୍ତା ଦେବେ । ଜଗଦଲପୁରସ୍ଥିତ ଲାଲବାଗ ଗ୍ରାଉଣ୍ଡରେ ଗଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟମନ୍ତ୍ର ଭୂପେଶ ବାଘେଲ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଆସନ୍ତା ଆର୍ଥିକ ବଷରୁ ବେକାରୀଙ୍କୁ ପ୍ରତିମାସରେ ଭତ୍ତା ଦିଆଯିବ । 


    ତେବେ ଭତ୍ତାର ପରିମାଣ କେତେ ଓ ତା’ର ମାନଦଣ୍ଡ କ’ଣ ରହିବ ତାହା ପରେ ନିଷ୍ପତ୍ତି ନିଆଯିବ । ବଜେଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କ ସହ ଏହି ବିଷୟରେ ଆଲୋଚନା କରିବେ । ବେକାରୀ ଭତ୍ତା ଲାଗି ଆଗାମୀ ବଜେଟରେ ବ୍ୟବସ୍ଥା କରାଯିବ । ୨୦୧୮ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ୍‌ ଘୋଷଣା କରିଥିଲା କି ଦଳ କ୍ଷମତାକୁ ଆସିଲେ ବେକାରୀଙ୍କୁ ମାସିକ ୨୫୦୦ଟଙ୍କା ଭତ୍ତା ଦେବ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook