ମୁଖ୍ୟ ଖବର
ନୂଆଦିଲ୍ଲୀ: ସଂସଦ ଶୀତ ଅଧିବେଶନର ଦ୍ୱିତୀୟ ଦିନ ବି ଚାଲି ପାରିପାରୁନି ଗୃହ । ଏସଆଇଆର ତାତିରେ କମ୍ପୁଛି ଗୃହ । ସ୍ୱତନ୍ତ୍ର ଭୋଟର ସଂଶୋଧନ ଉପରେ ଚର୍ଚ୍ଚା ଡିମାଣ୍ଡ କରି ବିରୋଧୀ ପ୍ରବଳ ହଙ୍ଗାମା କରିଛନ୍ତି । ଶାନ୍ତିପୂର୍ଣ୍ଣରେ ଗୃହକାର୍ଯ୍ୟ ଚାଲିପାରୁ ନାହିଁ । ଫଳରେ ଅପରାହ୍ନ ୨ଟା ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା କରାଯାଇଛି । ସଂସଦ ବାହାରେ 'ଷ୍ଟପ ଏସଆଇଆର' ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ । ଏଥରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହୋଇଛି । ଲୋକତନ୍ତ୍ରକୁ ବଞ୍ଚାଇବାକୁ ହେବ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସରକାର ସବୁ ପ୍ରସଙ୍ଗରେ ଚର୍ଚ୍ଚା ପାଇ ରାଜି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜିଜୁ ।ସଂସଦ ଶୀତ ଅଧିବେଶନର ଦ୍ବିତୀୟ ଦିନରେ SIR ବିରୋଧରେ ବିରୋଧୀଙ୍କ ପ୍ରତିବାଦ ଜାରି ରହିଛି । ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମସ୍ତ ବିରୋଧୀ ସାଂସଦ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ସ୍ପିକର ପ୍ରଶ୍ନକାଳ ଜାରି ରଖିଲେ, କିନ୍ତୁ ବିରୋଧୀ ଦଳ ୨୦ ମିନିଟ୍ ପର୍ଯ୍ୟନ୍ତ 'ଭୋଟ୍ ଚୋର- ଗାଦି ଛାଡ଼' ସ୍ଲୋଗାନ ଦେଇଥିଲେ । ଏହାପରେ ପ୍ରଥମେ ମଧ୍ୟାହ୍ନ ୧୨ ଟା ଓ ପରେ ଅପରାହ୍ନ ୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ସେପଟେ ରାଜ୍ୟସଭାରେ ବି ବିରୋଧୀ ଜୋରଦାର ହୋହାଲ୍ଲା କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଲୋକତନ୍ତ୍ରର ରକ୍ଷା କରିବାକୁ ବିରୋଧ ପ୍ରଦର୍ଶନ ଜରୁରୀ । ସରକାର ଆଲୋଚନା ପାଇଁ ରାଜି ହେଉନାହାନ୍ତି । ଦେଶପାଇଁ ଏହା ଦୁର୍ଭାଗ୍ୟଜନକ । ସେପଟେ ସଂସଦ ପରିସରର ମକର ଦ୍ୱାରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ । ଏସଆଇଆର ଉପରେ ସରକାର ତୁରନ୍ତ ଚର୍ଚ୍ଚା କରନ୍ତୁ ବୋଲି ଦାବି କରିଛନ୍ତି ।
ଡିମାଣ୍ଡକୁ ନେଇ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି,'' ଗୃହ ଲୋକତନ୍ତ୍ରର ମନ୍ଦିର । ପ୍ରଥମ ଦିନରୁ ଆମେ ରାଜଧାନୀର ପ୍ରଦୂଷଣକୁ ନେଇ ଏସଆଇଆର ଉପରେ ଚର୍ଚ୍ଚା କରିବାକୁ ଦାବି କରୁଛୁ । ସେମାନେ ଚର୍ଚ୍ଚା ପାଇଁ ରାଜି ହେଉନାହାନ୍ତି । ତ ଆମେ କଣ ଚୁପ ହୋଇଯିବୁ । ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଗମ୍ଭୀର । ପ୍ରଧାନମନ୍ତ୍ରୀ କହୁଛନ୍ତି ପାଣିପାଗ ଭଲ ଅଛି । ଆମେ କିଛି କହିବୁ ନାହିଁ ଏମିତି କିପରି ହେବ ?''ବିରୋଧୀଙ୍କ ଏସଆଇଆର ମୁଦ୍ଦାକୁ ନେଇ ବିଜେପି ସାଂସଦ ଦିଲ୍ଲୀପ ସାଇକିଆ କହିଛନ୍ତି, '' ବିରୋଧୀଙ୍କ ମନୋଭାବ ସବୁବେଳେ ସମାନ । ଗତ ସେସନ୍ରେ ବି ଏସଆଇର ପ୍ରସଙ୍ଗରେ ପାର୍ଲାମେଣ୍ଟକୁ ଠପ କରିଥିଲେ । ଯଦି ସେମାନଙ୍କ ପାଖରେ କିଛି ପ୍ରମାଣ ଅଛି ତେବେ ସୁପ୍ରିମକୋର୍ଟ ଯାଆନ୍ତୁ । ଗୃହ ତ ଜନତାଙ୍କର ସେଥିରେ କାହିଁକି ବାଧା ସୃଷ୍ଟି କରୁଛନ୍ତି । ଆମେ ବିଶ୍ୱାସ କରୁ ଯେ SIR ରହିବା ଉଚିତ । ଆମେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜି । ସରକାର ବି ରାଜି ଆଲୋଚନା ପାଇଁ । ହେଲେ ପାର୍ଲାମେଣ୍ଟାରୀ ବିଜେନେସ୍ ଛାଡି କି କିପରି ହେବ । ବିରୋଧୀଙ୍କର ଏପରି ମନୋଭାବ ଠିକ୍ ନୁହେଁ । ''
Comments ସମସ୍ତ ମତାମତ