ମୁଖ୍ୟ ଖବର
ନୂଆଦିଲ୍ଲୀ: ଆଜି ସଂସଦର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନ । ସଂସଦରରେ ଗୃହ କାର୍ୟ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଙ୍ଗାମା କରିଥିଲେ । ଏସଆଇଆର ପ୍ରସଙ୍ଗରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଲୋଚନା କରିବାକୁ ଦାବି କରିଛନ୍ତି । ଲୋକସଭାରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ ଓ ନାରାବାଜି କରିବାରୁ ବାଚସ୍ପତି ବାରମ୍ବାର ବୁଝାଇବା ସତ୍ୱେ ଶୁଣିନାବାକୁ ନାରାଜ ବିରୋଧୀ । ଫଳରେ ଗୃହକୁ ୧୨ଟା ଯାଏଁ ମୁଲତବୀ କରାଯାଇଥିଲା । ରାଜ୍ୟସଭାରେ ମଧ୍ୟ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିବା ସହ ଏସଆଇଆର ପ୍ରସଙ୍ଗ ଉଠାଇଛନ୍ତି । ଏହାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ସବୁ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ । ଦେଶରେ ଅନେକ ସମସ୍ୟା ଥିବା ବେଳେ ଏହା ଉପରେ ଗୃହରେ ଆଲୋଚନା ହେବା ଜରୁରୀ । ବିରୋଧୀ ନିର୍ବାଚନ ହାରିବାର କ୍ଷୋଭ ଏଠାରେ ପ୍ରକାଶ କରୁଛନ୍ତି ।
ବାଚସ୍ପତି ଓମ୍ ବିର୍ଲା ବିରୋଧୀଙ୍କୁ କହିଛନ୍ତି ଯେ ଅନେକ ପ୍ରସଙ୍ଗରେ ଆଲୋଚନା କରିବା ଜରୁରୀ । ବିରୋଧୀ ଯେଉଁ ଶଦ୍ଦରେ ଗୃହରେ ଓ ଗୃହ ବାହାରେ କଥାବାର୍ତ୍ତା କରୁଛନ୍ତି ତାହା ଗ୍ରହଣୀୟ ନୁହେଁ । ମୁଁ ସର୍ବାଦା ଆପଣମାନଙ୍କୁ ପ୍ରର୍ୟ୍ୟାପ୍ତ ସମୟ ଦେଇଛି ମତ ରଖିବାକୁ । ଗୃହର ମର୍ୟ୍ୟାଦା ରକ୍ଷା କରିବାକୁ ବିରୋଧୀଙ୍କୁ ଅପିଲ କରିଛନ୍ତି ବାଚସ୍ପତି । ଏହାପରେ ଦିନ ୧୨ଟା ଯାଏଁ ଲୋକସଭାକୁ ମୁଲତବୀ କରାଯାଇଥିଲା ।
Comments ସମସ୍ତ ମତାମତ