ମୁଖ୍ୟ ଖବର
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହରେ ପ୍ରବଳ ନାରାବାଜି କରିଛନ୍ତି ବିରୋଧୀ । ପ୍ରବଳ ହଟ୍ଟଗୋଳ ଓ ନାରାବାଜି ପାଇଁ ପ୍ରଶ୍ନକାଳ ଚାଲିପାରିନାହିଁ । ଗୃହକୁ ୧୨ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା ।
ଆଜି ଗୃହ କାର୍ୟ୍ୟ ଆରମ୍ଭ ହେବା ପୂର୍ବୁ ଦିବ୍ୟଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା, ଯାହାକୁ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ । ଏହାପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଥିଲେ ବିରୋଧୀ କଂଗ୍ରେସ । ବିଭିନ୍ନ ପ୍ରସଙ୍ଗ ଯେପରିକି ଏସଆଇଆର, ଭୋଟ ଚୋରିକୁ ନେଇ ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି ।
Comments ସମସ୍ତ ମତାମତ