ମୁଖ୍ୟ ଖବର
ଭୁବନେଶ୍ୱର: ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ମଣିଷ ଶାନ୍ତିରେ ସମୟ କାଟିବା ପାଇଁ ପାର୍କ ଯାଇଥାଏ । ପାର୍କକୁ ଯାଇ ଶାନ୍ତ ପରିବେଶରେ କ୍ଳାନ୍ତ ମନକୁ ହାଲ୍କା କରିଥାଏ । କିନ୍ତୁ ରାଜଧାନୀର କଂକ୍ରିଟ ଜଙ୍ଗଲ ଭିତରେ ଅନେକ ୱାର୍ଡରେ ପାର୍କ ନାହିଁ । ଏହାସହିତ ଅନେକ ୱାର୍ଡରେ ମଧ୍ୟ ଷ୍ଟ୍ରିଟ୍ ଲାଇଟ୍ ନାହିଁ, ଯେଉଁଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆଗକୁ ପୌର ନିର୍ବାଚନ ଆସୁଥିବାରୁ ପ୍ରାର୍ଥୀମାନେ ଭୋଟରମାନଙ୍କୁ ଗଦାଗଦା ପ୍ରତିଶ୍ରୁତି ଦେଉଛନ୍ତି । ଭୁବନେଶ୍ୱର ୨୩ନମ୍ବର ୱାର୍ଡରେ ବିଜେଡିର କର୍ପୋରେଟର ପ୍ରାର୍ଥିନୀ କିରଣବାଳା ମାଝୀ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ୱାର୍ଡରେ ଅଧିକାଂଶ କାମ ସଂପୂର୍ଣ୍ଣ ହୋଇଥିବାବେଳେ ମୁଣ୍ଡ ଟେକିଥିବା ନୂଆ ସମସ୍ୟାକୁ ମଧ୍ୟ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି କିରଣବାଳା । ଅପରପକ୍ଷ ପୂର୍ବତନ କର୍ପୋରେଟର ଭାବେ ସ୍ୱାମୀ ଦିଲ୍ଲୀପ କୁମାର ମାଝୀ କରିଥିବା ଗୋଟି ଗୋଟି କାମର ହିସାବ ଲୋକଙ୍କୁ ଦେଇଛନ୍ତି । ଦିଲ୍ଲୀପ ସ୍ଥାନୀୟ ଅଞ୍ଚଳରେ ବହୁ ପୁରୁଣା ହୋଇଥିବାରୁ ପତ୍ନୀଙ୍କ ପାଇର୍ ପ୍ରଚାର ମଙ୍ଗ ସେ ନିଜେ ଧରିଛନ୍ତି । କିଳିଙ୍ଗ ନଗରର କେ-୭ ଅଂଚଳ, କଳିଙ୍ଗ ଷ୍ଟୁଡିଓ, ସମ୍ ହସ୍ପିଟାଲ ଅଂଚଳ, ଘାଟିକିଆ ଗାଁ, ଖଣ୍ଡଗିରି ବାରି ପ୍ରମୁଖ ଅଂଚଳରେ କିରଣବାଳା ଘରକୁ ଘର ବୁଲି ପ୍ରଚାର କରିଛନ୍ତି ।
ଅନ୍ୟପକ୍ଷରେ ଗତ ଥର ପ୍ରାୟ ୧୩୦୦ ଭୋଟ୍ ପାଇ ବିଜୟ ଲାଭ କରିଥିବା ଦିଲ୍ଲୀପ ଏଥର ବି ପତ୍ନୀଙ୍କୁ ଜିତାଇ ବିଜୟଧାରା ଜାରି ରଖିବାକୁ କସରତ୍ କରିଛନ୍ତି । ଦିଲ୍ଲୀପଙ୍କ ସମର୍ଥକମାନେ ମଧ୍ୟ ଏଥିରୁ ବାଦ୍ ପଡିନାହାଁନ୍ତି । ନିଜେ ଖାତା କମଲମ ଧରି ଘର ଘର ବୁଲି ବ୍ୟକ୍ତିଗତ ଭାବେ ସମସ୍ୟା ବାବଦରେ ପଚାରି ବୁଝୁଛନ୍ତି । ଯାହାବି ବାକି ରହିଯାଇଛି ସେ ସବୁକୁ ଖୁବ୍ ଶୀଘ୍ର କାମ କରାଯିବ ବୋଲି ସେ ଆଶାସ୍ୱାନା ଦେଇଛନ୍ତି ।
Comments ସମସ୍ତ ମତାମତ