Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଂଚାୟତ ନିର୍ବାଚନ: ରଣାଙ୍ଗନରେ ୩୪୦୭ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ

    Share on :
    ajab-Image
    Date: Jan 28, 2022    Views: 3852

    ଭୁବନେଶ୍ୱର: ଚଳିତ ପଂଚାୟତ ନିର୍ବାଚନରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୮୫୨ଟି ଆସନରେ ନିର୍ବାଚନ ହେବ। ଏଥିପାଇଁ ନିର୍ବାଚନ ରଣାଙ୍ଗନରେ ୩୪୦୭ଜଣ ପ୍ରାର୍ଥୀ ରହିଛନ୍ତି। ସର୍ବାଧିକ ୮୫୧ଜଣ ପ୍ରାର୍ଥୀ ଦେଇ ଶାସକ ବିଜେଡି ସବୁଠୁ ଆଗରେ ରହିଥିବାବେଳେ ୨୯୮ଜଣ ସ୍ୱାଧୀନ ପ୍ରାର୍ଥୀ ମଇଦାନରେ ରହିଛନ୍ତି।
    ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ୟ୍ୟାଳୟରୁ ଜାରି ସୂଚନା ଅନୁସାରେ, ବରଗଡ଼ ଜିଲ୍ଲାର ଆମ୍ବାଭୋନା ବ୍ଲକର ୨ ନମ୍ବର ଜୋନରୁ ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବାବେଳେ ବାକି ୮୫୨ଟି ଆସନରେ ନିର୍ବାଚନ ହେବ। ଏହି ୮୫୨ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ମଧ୍ୟରୁ କୋଟିଆ ପଂଚାୟତ ଥିବା ଜୋନରେ ସର୍ବଦଳୀୟ ପ୍ରାର୍ଥୀ ଦିଆଯାଇଥିବାରୁ ବିଜେଡି ସେଠାରେ କୌଣସି ପ୍ରାର୍ଥୀ ଦେଇନି । ବାକି ୮୫୧ଟି ଆସନରେ ବିଜେଡି ତା’ର ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଦେଇଥିବାବେଳେ ବିଜେପି ୮୪୮ଟି ଆସନରେ ଓ କଂଗ୍ରେସ ୮୩୬ଟି ଆସନରେ ପ୍ରାର୍ଥୀ ଦେଇଛି । ସେହିପରି ବହୁଜନ ସମାଜ ପାର୍ଟି(ବିଏସପି) ୧୫୯ଟି, ସିପିଆଇଏମ-୭୨ଟି, ଜେଏମଏମ୍ -୪୭ଟି , ସିପିଆଇ ୩୮ଟି, ଆପ୍ ୩୨ଟି ଓ ଏଜେଏସୟୁ ୧୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେହିପରି ୨୯୮ଜଣ ସ୍ୱାଧୀନ ପ୍ରାର୍ଥୀ ମଇଦାନରେ ଥିବାବେଳେ ୨୧୪ଜଣ ପ୍ରାର୍ଥୀ ଅନ୍ୟାନ୍ୟ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମୋଟ ୩୪୦୭ଜଣ ପ୍ରାର୍ଥୀ ଏବେ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନରେ ମଇଦାନରେ ରହିଛନ୍ତି ।
    ସୂଚନାଯୋଗ୍ୟ, ବିଜେଡି ଏହି ମୋଟ ଆସନର ୪୮ ପ୍ରତିଶତ ଅର୍ଥାତ୍ ୪୦୬ଟି ଆସନରେ ପଛୁଆ ବର୍ଗର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି ବୋଲି ଦାବି କରିଛି ।

    Maximum 500 characters

    ରାଜନୀତି View all

    Find Us on Facebook