Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଞ୍ଚାୟତ ନିର୍ବାଚନ :ଗାଇଡଲାଇନ ଜାରି କଲେ ସ୍ବତନ୍ତ୍ର ରିଲିଫ କମିଶନର

    Share on :
    ajab-Image
    Date: Jan 13, 2022    Views: 2858

    ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ  ଗାଇଡଲାଇନ ଜାରି କଲେ ସ୍ବତନ୍ତ୍ର ରିଲିଫ କମିଶନର। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ କଟକଣା ପାଳନ କରିବା ପାଇଁ ଏସଆରସି ନିର୍ଦ୍ଦେଶନାମା ଦେଇଛନ୍ତି । ନିର୍ବାଚନ ପ୍ରଚାର ପାଇଁ ବଡ ସମାବେଶ ହୋଇପାରିବ ନାହିଁ । ସଭା ସମିତିରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତା ମୂଳକ କରିଛନ୍ତି ।
    ଜାରି ଗାଇଡ ଲାଇନରେ କୁହାଯାଇଛି ଯେ, ନିର୍ବାଚନ ସଭା ପାଇଁ ସର୍ବାଧିକ ୧୦୦ ଲୋକ ଏକାଠି ହୋଇପାରିବେ । କେବଳ ୫ ଜଣ ହିଁ ଘରକୁ ଘର ଯାଇ ପ୍ରଚାର କରିପାରିବେ । କୋଭିଡ ସଂକ୍ରଣକୁ ଦୃଷ୍ଟିରେ ରଖି ଏଭଳି ଗାଇଡଲାଇନ କରିଛନ୍ତି ଏସଆରସି । ଏହାବାଦ ସୋସିଆଲ ମିଡିଆରେ ଅଧିକ ପ୍ରଚାର ପାଇଁ ପରାମର୍ଶ ଦେଇଛନ୍ତି ।
    ଅନ୍ୟପଟେ ଗଣତି କେନ୍ଦ୍ର ଆଗରେ ଏକାଠି ହେବାକୁ ବାରଣ କରାଯାଇଛି । ବିଜୟ ଶୋଭାଯାତ୍ରାରେ ମଧ୍ୟ କଟକଣା ଲଗାଯାଇଛି । ସମସ୍ତେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଭୋଟର ସହିତ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ସମସ୍ତେ ମାସ୍କ ପିନ୍ଧିବେ । ନିର୍ବାଚନ ପରିଚାଳନାରେ ଅଂଶଗ୍ରହ କରୁଥିବା ବ୍ୟକ୍ତି ଉଭୟ ଡୋଜ ଟିକା ନେବେ । ଏହା ସହିତ ନିର୍ବାଚନ ବେଳେ କୋଭିଡ ଗାଇଡଲାଇନ ପାଳନକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏହାବାଦ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମଚାରୀଙ୍କର ଯଦି କୋଭିଡ ଲକ୍ଷଣ ଥାଏ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ ଦିଆଯିବ । ଭୋଟ ଦାନ କେନ୍ଦ୍ରକୁ ସାନିଟାଇଜ କରାଯିବା ସହିତ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ନାମାଙ୍କନ ସମୟରେ ପ୍ରାର୍ଥୀଙ୍କ ସହିତ କେବଳ ଜଣେ ନାମାଙ୍କନ ଦାଖଲ କରିବାକୁ ଯାଇପାରିବେ । ଅମାନିଆଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ହେବ ବୋଲି ଗାଇଡଲାଇନରେ କୁହାଯାଇଛି ।

    Maximum 500 characters

    ରାଜନୀତି View all

    Find Us on Facebook