Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଞ୍ଚାୟତ ନିର୍ବାଚନ ନେଇ ଟୋଲ ଫ୍ରି ନମ୍ବର

    Share on :
    ajab-Image
    Date: Jan 11, 2022    Views: 3265

    ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ପ୍ରକାଶ ପାଇଲା ତାରିଖ । ପାଞ୍ଚୋଟି ପର୍ୟ୍ୟାୟରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ ।  ସକାଳ ୭ରୁ ଅପରାହ୍ନ ୧ ଯାଏଁ ପଡିବ ଭୋଟ  । ଫେବୃଆରୀ ୧୬,୧୮,୨୦, ୨୨, ୨୪ରେ ତାରିଖରେ ଭୋଟ ଗ୍ରହଣ କରାଯିବ  ।  ଫେବୃଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି କରାଯିବ ।  ଜାନୁଆରୀ ୧୭ରୁ ୨୧ ପର୍ୟ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ  । ୨୨ ଜାନୁଆରୀରେ ପ୍ରାର୍ଥୀପତ୍ର ହେବ ଯାଞ୍ଚ   । ୨୫ ଜାନୁଆରୀରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ  ।ଏନେଇ ପ୍ରେସମିଟ୍‌ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢୀ  ।

    ସେପଟେ ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ଆଦର୍ଶ ଆଚରଣବିଧି ପ୍ରଥମ ପର୍ୟ୍ୟାରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକ, ୨୦୨ ଜିଲ୍ଲା ପରିଷଦ ଜୋନ୍‌, ୧୬ଶହ ୬୯ଟି ପଞ୍ଚାୟତ ଓ ୨୨ହଜାର ୩୭୯ ବୁଥ୍‌ରେ ନିର୍ବାଚନ ହେବ । ଦ୍ବିତୀୟ ପର୍ୟ୍ୟାୟରେ ୩୦ ଜିଲ୍ଲାର ୬୮ଟି ବ୍ଲକ, ୧୮୬ ଜିଲ୍ଲା ପରିଷଦ ଜୋନ୍‌, ୧୫୧୪ ଗ୍ରାମପଞ୍ଚାୟତ ଓ ୨୦ହଜାର ୪୩୬ ବୁଥ୍‌ରେ ଭୋଟ୍‌ ଗ୍ରହଣ କରାଯିବ । ତୃତୀୟ ପର୍ୟ୍ୟାୟରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକ, ୧୭୧ ଜିଲ୍ଲା ପରିଷଦ, ୧୩୮୨ ଗ୍ରାମପଞ୍ଚାୟତ, ୧୮୪୯୫ ବୁଥ୍‌ରେ ଭୋଟ୍ ହେବ ।

    ପଞ୍ଚାୟତ ନିର୍ବାଚନ ନେଇ ଟୋଲ ଫ୍ରି ନମ୍ବର:-

    ପଞ୍ଚାୟତ ନିର୍ବାଚନ ନେଇ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ନମ୍ବର ହେଉଛି ୧୮୦୦-୩୪୫-୭୭୮୭ । କମିଶନଙ୍କ କଲ ସେଣ୍ଟର ସକାଳ ୯ରୁ ଅପରାହ୍ନ ୬ଟା ପର୍ୟ୍ୟନ୍ତ କାର୍ୟ୍ୟ କରିବ । କମିଶନଙ୍କ ନିୟନ୍ତ୍ରଣ କକ୍ଷର ଟେଲିଫୋନ ନମ୍ବର – ୦୬୭୪ - ୨୫୭୩୪୯୪ ସମୟ ସକାଳ ୮ ରୁ ରାତ୍ର ୯ ପର୍ୟ୍ୟନ୍ତ ଜାରି ରହିବ ।

    Maximum 500 characters

    ରାଜନୀତି View all

    Find Us on Facebook