Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଞ୍ଚାୟତ ନିର୍ବାଚନ ନେଇ ଚାଲିଛି ସର୍ବଦଳୀୟ ବୈଠକ

    Share on :
    ajab-Image
    Date: Jan 10, 2022    Views: 2771


    ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ସହ ଆଲୋଚନା କରୁଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ  । କୋଭିଡ କଚଟକଣା ଦୃଷ୍ଟିକୋଣରୁ ପ୍ରତ୍ୟେକ ଦଳରୁ ଜଣେ ଲେଖାଏଁ ପ୍ରତିନିଧି ବୈଠକରେ ଯୋଗ ଦେଇଛନ୍ତି ।

     ନିର୍ବାଚନ ହେବ ନା ଘୁଂଚିବ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତି ଉପରେ ସାରା ରାଜ୍ୟର ନଜର ରହିଛି  । ଏହାରି ଭିତରେ ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ  । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି  ।


    ବୈଠକରେ ବିଜେଡି ସାଂସଦ ଅମର ପଟ୍ଟନାୟକ, କଂଗ୍ରେସରୁ ଗଶେଶ୍ୱର ବେହେରା ଏବଂ ଶିବାନନ୍ଦ ମାଝୀ ଓ ବିଜେପି ବିଧାୟକ ମୋହନ ମାଝୀ ଏବଂ ପଂଚାୟତ କମିଟି ଆବାହକ ଶଙ୍କର୍ଷଣ ପରିଡାଙ୍କ ସହିତ ୪ ଜଣିଆ ଟିମ୍ ସାମିଲ ହୋଇଛନ୍ତି  । ସିପିଆଇ, ସିପିଏମ୍ ସମେତ ଅନ୍ୟ ରାଜନୈତିକ ଦଳର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଛନ୍ତି  । କୋଭିଡ୍ ସଂକ୍ରମଣ ଭିତରେ କିପରି ନିର୍ବାଚନ ହେବ । ନିର୍ବାଚନ ନେଇ କ’ଣ ଗାଇଡଲାଇନ୍  ରହିବ, ସେନେଇ ଆଲୋଚନା କରାଯିବ  । ଏହାପରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ରାଜ୍ୟ ନିର୍ବାଚନ କମିଶନ ଭେଟିବାର କାର୍ଯ୍ୟକ୍ରମ ରହିଛି ।
    ପୂର୍ବରୁ ରାଜ୍ୟ ନିର୍ବାଚନ ଆୟୋଗ କୋଭିଡ ସ୍ଥିତି ସଂପର୍କରେ ସରକାରଙ୍କ ସହ ଆଲୋଚନା କରିଛନ୍ତି  । ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ଆଜିର ବୈଠକରେ କ’ଣ ନିଷ୍ପତ୍ତି ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । 

    Maximum 500 characters

    ରାଜନୀତି View all

    Find Us on Facebook