Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପରାଜୟର ପ୍ରତିଶୋଧ ନେଲା ପାକିସ୍ତାନ

    Share on :
    ajab-Image
    Date: Sep 5, 2022    Views: 3509

    ଦୁବାଇ:  ଏସିଆ କପର ଲିଗ୍  ମ୍ୟାଚରେ ଭାରତଠାରୁ ପାଇଥିବା ପରାଜୟର ପ୍ରତିଶୋଧ ନେଇଛି ପାକିସ୍ତାନ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଗତକାଲି  ଖେଳାଯାଇଥିବା ଏସିଆ କପ ସୁପର-୪ ଷ୍ଟେଜର ପ୍ରଥମ ମ୍ୟାଚରେ ଭାରତକୁ ୫ ଓ୍ୱିକେଟରେ ପରାସ୍ତ କରିଛି ପାକିସ୍ତାନ ।

    ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାକୁ  ପିଛା କରି ୧୯.୫ ଓଭରରେ ୫ ଓ୍ୱିକେଟ ହରାଇ ୧୮୨ ରନ୍  କରି ବିଜୟ ହାସଲ କରିଛି ପାକିସ୍ତାନ । ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ୱାନ୍  ସର୍ବାଧିକ ୫୧ ବଲରେ ୭୧ ରନ୍ ଓ ମହମ୍ମଦ ନଓ୍ୱାଜ ୨୦ ବଲରେ ୪୨ ରନ୍  କରିଥିବା ବେଳେ ଆସିଫ ଅଲୀ ୮ ବଲରେ ୧୬ ରନ୍  କରି ପାକିସ୍ତାନକୁ ବିଜୟ ଦେଇଥିଲେ  ।

    ଅନ୍ୟପଟେ ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, ରବି ବିଷ୍ଣୋଇ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଓ ଅର୍ଶଦୀପ ସିଂ ୧-୧ ଓ୍ୱିକେଟ ନେଇଥିଲେ।  ଏହାସତ୍ତ୍ୱେ  ଭାରତ ବିଜୟର ସ୍ୱାଦ ଚାଖି ପାରିଲା ନାହିଁ। ପ୍ରଥମ ପାଳିରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋହଲିଙ୍କ ଅର୍ଦ୍ଧଶତକ ବଳରେ  ଭାରତ ନିର୍ଦ୍ଧାରିତ ୨୦ ଓଭରେ ୧୮୧ ରନର ବଡ଼ ସ୍କୋର ଛିଡ଼ା କରିଥିଲା । କୋହଲି ୪୪ଟି ବଲ ଖେଳି ୬୦ ରନ କରିଥିଲେ । ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଦ୍ରୁତ ଗତିରେ ଇନିଂସ ଆରମ୍ଭ କରି ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ ।  ଉଭୟ ବ୍ୟାଟ୍ସମ୍ୟାନ ୨୮ ରନ ଲେଖାଏଁ କରିଥିଲେ। ତେବେ ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା ଦ୍ୱାରା ଦଳୀୟ ସ୍କୋର ଟିକିଏ ଧିମେଇ ଯାଇଥିଲା ।ସୂର୍ୟ୍ୟକୁମାର ଯାଦବ ୧୩ ରନ , ଋଷଭ ପନ୍ତ ୧୪ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୦ ରନ କରି ଆଉଟ ହେବା ଦ୍ୱାରା ଦଳୀୟ ରନ ଗତି କମିଯାଇଥିଲା । ପାକିସ୍ତାନ ପକ୍ଷରୁ ସଦାବ ଖାଁ ୨ଟି ୱିକେଟ ନେଇଥିବାବେଳେ ନସିମ ଶାହା, ମହମ୍ମଦ ହସନାନ,ହାରିସ ରୌଫ ଓ ମହମ୍ମଦ ନୱାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook