Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପାକିସ୍ତାନରେ ଶିଖଙ୍କୁ ଗୁଳି କରି ହତ୍ୟା

    Share on :
    ajab-Image
    Date: May 16, 2022    Views: 3502

    ଇସଲାମାବାଦ: ପାକିସ୍ତାନର ଉତ୍ତର ପଶ୍ଚିମ ଖେବର ପଖତୁନ୍‌ଖ୍ୱା ଅଂଚଳରେ ଆତଙ୍କବାଦୀମାନେ ଗୁଳି କରି ସମ୍ପୃକ୍ତ ୨ ଜଣ ଶିଖଙ୍କୁ ହତ୍ୟା କରିଛନ୍ତି । ଆଫଗାନିସ୍ତାନ ସୀମା ସଂଲଗ୍ନ ଏହି ଅଶାନ୍ତ ଅଂଚଳରେ ସଂଖ୍ୟାଲଘୁ ସଂପ୍ରଦାୟକୁ ଟାର୍ଗେଟ କରି ବାରମ୍ବାର ଆକ୍ରମଣ ହେଉଛି । ଏହି ହତ୍ୟା ପାଇଁ ଇସଲାମିକ ଉଇଲାୟହ ଖୋରସରନ ନାମକ ସଙ୍ଗଠନ ନିଜକୁ ଦାୟୀ କରିଛି । ମୃତକ ୨ ଜଣ ହେଲେ ସଲଜିତ ସିଂହ(୪୨) ଏବଂ ରଣଜିତ ସିଂହ(୩୮) । ବାଇକରେ ଦୁଇଜଣ ଆତଙ୍କବାଦୀ ଆସି ସେମାନଙ୍କୁ ଗୁଳି କରି ମାରିଛନ୍ତି । ମୁଖ୍ୟମନ୍ତ୍ରୀ ମହମୁଦ୍‌ ଖାନ୍‌ ଏହି ଘଟଣାର ନିନ୍ଦା କରିବା ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ଗଭୀର ଦୁଃଖ ପ୍ରକାଶ କରିବା ସହ ତୀବ୍ର ନନ୍ଦା ମଧ୍ୟ କରିଛି ।

    ଏହି ଘଟଣାକୁ ନେଇ ଭାରତର ବୈଦେଶିକ ମୁଖପାତ୍ର କହିଛନ୍ତି ଯେ, ହତ୍ୟାକାଣ୍ଡକୁ ଆମେ ଘୋର ବିରୋଧ କରିଛୁ  । ପାକିସ୍ତାନରେ ସଂଖ୍ୟା ଲଘୁମାନେ ଅସୁରକ୍ଷିତ ହୋଇପଡିଛନ୍ତି ।  ସେମାନଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି ।  ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ଅବଗତ କରିଛୁ ।  ଆଶା କରୁଛୁ ପାକିସ୍ତାନ ସରକାର ଉଚିତ ପଦକ୍ଷେପ ନେବେ ।

    ପାକିସ୍ତାନରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଗୁରୁତର ଭାବେ ପାକିସ୍ତାନ ଗ୍ରହଣ କରୁ ବୋଲି ଆମେ ଦାବି କରିଛୁ  । ଶିଖ୍‌ ଦ୍ୱୟଙ୍କ ହତ୍ୟାର ପ୍ରତିବାଦ କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ  କ୍ୟାପ୍‌ଟେନ ଅମରିନ୍ଦର ସିଂହ ।  ସେ ଲେଖିଛନ୍ତି ଯେ, ପେଶୱାରରେ ୨ ଜଣ ଶିଖଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ନିନ୍ଦନୀୟ ।  

    Maximum 500 characters

    ଦେଶ ବିଦେଶ View all

    Find Us on Facebook