Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

    Share on :
    ajab-Image
    Date: Dec 8, 2025    Views: 3386

    ଭୁବନେଶ୍ୱର: ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ ବାଧ୍ୟତାମୂଳକ ଅବସର (ଭିଆରଏସ୍‌) ନେବାକୁ ଗୃହ ବିଭାଗରେ ଆବେଦନ କରିଛନ୍ତି। ଉକ୍ତ ଆବେଦନପତ୍ରରେ ଏହାର କାରଣ ମଧ୍ୟ ଉଲ୍ଲେଖ କରିଛନ୍ତି। ତେବେ ୧୫ଦିନ ତଳେ ହୋଇଥିବା ଏହି ଆବେଦନକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ରେ ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଛି। ଜଣେ ତଦନ୍ତ ଅଧିକାରୀ ହଠାତ୍‌ ଭିଆର୍‌ଏସ୍‌ ନେବା ଘଟଣାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ମାମଲାରେ ବଡ଼ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବାରୁ ମାମଲାକୁ ପ୍ରଭାବିତ କରିବା ପାଇଁ ଚାପ ପକାଇ ଭିଆର୍‌ଏସ୍‌ ନେବାକୁ ବାଧ୍ୟ କରାଯାଉଥିବା କୁହାଯାଉଛି। ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସ ଏନ୍‌ଏଚ୍‌ଆର୍‌ସିରେ ଏଭଳି ଗୁରୁତର ଅଭିଯୋଗ କରିବା ସହ କମିଶନ ନିଜ ପକ୍ଷରୁ ଏକ ଟିମ୍‌ ଗଠନ କରି ତଦନ୍ତ କରିବାକୁ ନିବେଦନ କରିଛନ୍ତି।
    ଆବେଦନକାରୀ ଦର୍ଶାଇଛନ୍ତି ଯେ, ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ମାମଲାର ତଦନ୍ତ କରୁଥିଲେ ଡିଏସ୍‌ପି ସରୋଜକାନ୍ତ ମହନ୍ତ। ସେ ନିକଟରେ ଭିଆର୍‌ଏସ୍‌ ପାଇଁ ଗୃହ ବିଭାଗରେ ଆବେଦନ କରିଛନ୍ତି। ତାଙ୍କୁ ବାଧ୍ୟତାମୂଳକ ଭିଆର୍‌ଏସ୍‌ ନେବା ପଛରେ ଜଣେ ଆଇପିଏସ୍‌ ଅଧିକାରୀଙ୍କ ହାତ ରହିଛି। ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଏକାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି। ତେଣୁ ମାମଲାକୁ ଦୁର୍ବଳ କରିବାକୁ ଡିଏସ୍‌ପିଙ୍କୁ ଚାପ ପକାଇ ଭିଆର୍‌ଏସ୍‌ ନେବାକୁ କୁହାଯାଇଛି। ସରୋଜକାନ୍ତ ଏବଂ ତାଙ୍କ ପରିବାର ପ୍ରତି ବିପଦ ଥିବାରୁ ସେ ବାଧ୍ୟ ହୋଇ ଭିଆର୍‌ଏସ୍‌ ପାଇଁ ଆବେଦନ କରିଛନ୍ତି। ତେଣୁ ଆୟୋଗ ଏକ ଟିମ୍‌ ଗଠନ କରି ତଦନ୍ତ କରିବା ସହ ସରୋଜକାନ୍ତ ଓ ତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଆଦେଶ ଦିଅନ୍ତୁ। ଭିଆର୍‌ଏସ୍‌ର ସମସ୍ତ ଡକ୍ୟୁମେଣ୍ଟ ଏବଂ ଓଟିଇଟି ତଦନ୍ତ ଫାଇଲ୍‌ ଯାଞ୍ଚ କରାଯାଉ। ଏଥିସହ ଚାପ ପକାଉଥିବା ଆଇପିଏସ୍‌ ଅଧିକାରୀଙ୍କୁ ପଦବୀରୁ ହଟାଯାଇ ଷଡ଼ଯନ୍ତ୍ର ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିବାକୁ ଜୟନ୍ତ ପିଟିଶନରେ ନିବେଦନ କରିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook