Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ‘ଓଁ’ ର ପ୍ରତୀକ ହେଉଛନ୍ତି ଭଗବାନ ଗଣେଶ, ଜାଣନ୍ତୁ କିପରି

    Share on :
    ajab-Image
    Date: Sep 6, 2021    Views: 3015

    ‘ଓଁ’ ଧ୍ୱନିକୁ ସଂସାରର ସବୁଠୁ ଶ୍ରେଷ୍ଠ ଧ୍ୱନି ବୋଲି କୁହାଯାଏ । ‘ଓଁ’ ଧ୍ୱନି ନିୟମିତ ଜପ କରିବା ଦ୍ୱାରା ମନ ଶାନ୍ତି ଓ ସ୍ଥିର ରହିବା ସହ ସ୍ମରଣ ଶକ୍ତି ମଧ୍ୟ ବଢିଥାଏ । ଏହି ଧ୍ୱନିକୁ ସଂସାରର ପ୍ରଥମ ଧ୍ୱନି ବୋଲି କୁହାଯାଏ । ଏହାର ଅନେକ ମାହାତ୍ମ୍ୟ ରହିଛି । ଏହି ଧ୍ୱନି ସହ ଭଗବାନ ଗଣେଶଙ୍କ ବିଶେଷ ସମ୍ପର୍କ ରହିଛି । ଭଗବାନ ଗଣେଶ ହେଉଛନ୍ତି ସୁଖ ଓ ସମୃଦ୍ଧିର ପ୍ରତୀକ । ଭଗବାନ ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା ଅଟନ୍ତି । ‘ଓଁ’ ହେଉଛି ସବୁ ମନ୍ତ୍ରର ମୂଳ ଅକ୍ଷର ଓ ଏହାର ପ୍ରତୀକ ହେଉଛନ୍ତି ଭଗବାନ ଗଣେଶ । ଏହି ଧ୍ୱନି 'ଅ', 'ଉ' ଓ 'ମ'ରୁ ସୃଷ୍ଟି ହୋଇଥିବା କୁହାଯାଏ । ଏହି ଗୁଢାକ୍ଷର ‘ଓଁ’ର, ସନ୍ଥ ଓ ଜ୍ଞାନି ପୁରୁଷମାନେ ବ୍ୟାଖା କରି କହିଛନ୍ତି ଯେ ଅ-ରୂପ ଦ୍ୱାରା ଗଣେଶଙ୍କ ପଦଯୁଗଳକୁ ବର୍ଣ୍ଣନା କରାଯାଇଛି ଓ  ଉ-ରୂପ ଦ୍ୱାରା ତାଙ୍କର ବିଶାଳ ଉଦର ଓ ମ-ରୂପ ଦ୍ୱାରା ମସ୍ତକକୁ ବୁଝାଇ ଥାଏ । 
     ତେବେ ଭଗବାନ ଗଣେଶ ହିନ୍ଦୁ ଓ ସନାତନ ଧର୍ମରେ ଅଗ୍ରପୂଜ୍ୟ ହୋଇଥାନ୍ତି । ତାଙ୍କ ଆବାହନ ବିନା କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । ତେବେ ଏହି ‘ଓଁ’ ଶଦ୍ଧଟି ପ୍ରତ୍ୟେକ ମନ୍ତ୍ରର ମୂଳ ଶଦ୍ଧ ହୋଇଥାଏ । ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଘରେ ସକରାତ୍ମକତା ବଢିବା ସହିତ ପରିବାରରେ ସୁଖ ଓ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ । ଏହା ସହିତ ବାଣିଜ୍ୟ, ବ୍ୟବସାୟ, କୃଷି କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିଥାଏ ଓ ପିଲାଙ୍କ ପାଠ ପଢାରେ ଅନେକ ଶୁଭଫଳ ମିଳିଥାଏ ।

    Maximum 500 characters

    ସଂସ୍କୃତି View all

    Find Us on Facebook