Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅନ୍ତରଙ୍ଗ ଫଟୋ ପାଇଁ ପୁରୁଣା ପ୍ରେମିକକୁ ପ୍ରାଣନ୍ତକ ଆକ୍ରମଣ କଲା ରକ୍ତମୁଖା ପ୍ରେମିକା

    Share on :
    ajab-Image
    Date: Oct 27, 2021    Views: 3434

    ଭୁବନେଶ୍ୱର : ପୁରୁଣାକୁ ଛାଡ଼ି ନୂଆ ପ୍ରେମିକ ସହ ଯୋଡ଼ି ହୋଇଯାଇଥିଲା ସମ୍ପର୍କ । କିନ୍ତୁ ବହୁ ବର୍ଷର ପ୍ରେମ ସମ୍ପର୍କ ଥିବା ପ୍ରେମିକ ପାଖରେ ରହି ଯାଇଥିଲା ପ୍ରେମିକାର ଅନେକ ଅନ୍ତରଙ୍ଗ ଫଟୋ ଓ ଭିଡିଓ । ଯାହା ପ୍ରେମିକାର ଚିନ୍ତାର କାରଣ ସାଜିଥିଲା । ପ୍ରଥମ ପ୍ରେମିକ ଏହି ଫଟୋକୁ ରଖିଥିବାବେଳେ ରକ୍ତମୁଖା ହୋଇଯାଇଥିଲା ପ୍ରେମିକା । ଫଟୋ ଡିଲିଟ୍ କରିଦେବା ପାଇଁ କହି ନିରାଶ ହେବା ପରେ ରାସ୍ତାରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲା । ନୂଆ ପ୍ରେମିକ ଓ ତାର ସହଯୋଗୀମାନଙ୍କ ସହାୟତା ନେଇ ପୁରୁଣା ପ୍ରେମିକ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୁରୁଣା ପ୍ରେମିକ । ଆଉ ଏବେ ଫେରାର ପ୍ରେମିକା, ତାର ନୂଆ ପ୍ରେମିକ ଓ ୪ ଜଣ ସହଯୋଗୀଙ୍କୁ ଧରିବା ପାଇଁ ଉଭୟ ବଡ଼ଗଡ଼ ଓ ଶ୍ରୀଲିଙ୍ଗରାଜ ଥାନା ପୁଲିସ ମିଳିତ ଭାବେ ଚଢ଼ଉ ଜାରି ରଖିଛି ।

     
    ଆକ୍ରମଣକାରୀମାନେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ହୋଇଥିବା ବେଳେ ତିନି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ସାରିଥିବା ଜଣାପଡ଼ିଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଦେବାଶିଷଙ୍କ ଘର ନିଆଳିରେ । ସେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ରହି ପାଠ ପଢ଼ିଲାବେଳେ ନିକଟରେ ରହୁଥିବା ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏପରିକି ସେ ଯୁବତୀଙ୍କ ଘରେ ମଧ୍ୟ କିଛିଦିନ ଭଡ଼ାରେ ରହିଥିଲେ । ପ୍ରାୟ ୪/୫ ବର୍ଷ ଧରି ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା । ଏହାପରେ ଯୁବତୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦେବାଶିଷଙ୍କ ସହ ସମ୍ପର୍କ ଭାଙ୍ଗି ଯାଇଥିଲା । ଦେବାଶିଷଙ୍କର ପାରାଦୀପରେ ଚାକିରି ହୋଇ ଯିବାରୁ ସେ ବି ଚାଲି ଯାଇଥିଲେ । କିନ୍ତୁ ବହୁ ବର୍ଷର ପ୍ରେମ ସମ୍ପର୍କ ଥିବାରୁ ଦେବାଶିଷଙ୍କ ପାଖରେ ପ୍ରେମିକାଙ୍କର କିଛି ଅନ୍ତରଙ୍ଗ ଫଟୋ ଓ ଭିଡିଓ ରହିଥିଲା । ପ୍ରେମିକା ଏହାକୁ ଡିଲିଟ୍ କରିଦେବା ପାଇଁ କହିଥିଲେ । ସମ୍ପର୍କ ଭାଙ୍ଗିବା ରାଗରେ ଦେବାଶିଷ ଏହାକୁ ଦେଇ ନ ଥିଲେ । 


    ତେଣୁ ସେହିସବୁ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ୍ ହେବାର ଆଶଙ୍କା କରିଥିଲେ ପ୍ରେମିକା । ଦେବାଶିଷଙ୍କୁ ରାସ୍ତାରୁ ହଟାଇବା ସହ ତାଙ୍କର ମୋବାଇଲ ଫୋନ୍ ନେଇଯିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଯୋଜନା ଅନୁସାରେ, ପ୍ରେମିକା ଦେବାଶିଷଙ୍କୁ ରବି ଟକିଜ୍ ଛକ ନିକଟକୁ ଡକାଇଥିଲେ । ସେଠାରେ ତାଙ୍କ ଗାଡ଼ିରେ ବସି ଯାଇଥିଲେ । ଚିଲିପୋଖରୀ ନିକଟରେ ଏକ ଦୋକାନ ପାଖରେ ଗାଡ଼ି ରଖିବା ପାଇଁ କହିଥିଲେ । ଦେବାଶିଷ ଗାଡ଼ି ଅଟକାଇବା ପରେ ପ୍ରେମିକା ଗାଡ଼ିରୁ ଓହ୍ଲାଇ ତାଙ୍କର ନୂଆ ପ୍ରେମିକ ଓ ୪ ଜଣ ସହଯୋଗୀଙ୍କୁ ଡକାଇଥିଲେ । ସେମାନେ ଦେବାଶିଷଙ୍କୁ ଘେରି ଯାଇ ଠେଙ୍ଗା, ବାଡ଼ି ଓ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ । ଏହି ଘଟଣା ପରେ ସମସ୍ତେ ଫେରାର ହୋଇ ଯାଇଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook