ମୁଖ୍ୟ ଖବର
ଭୁବନେଶ୍ୱର: ଛାତ୍ରଛାତ୍ରୀ ମାନେ ବହୁତ ଦିନର ଅବଧି ପରେ ଏବେ ଅପଲାଇନରେ ପରୀକ୍ଷା ଦେବାର ସୁଯୋଗ ପାଇଛନ୍ତି । କାଉନସିଲ୍ ଅଫ୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (ସିଆଇଏସସିଇ) ଘୋଷଣା କରିଛି ଯେ, ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସେମିଷ୍ଟାର୍ ୨ ବୋର୍ଡ ପରୀକ୍ଷା ଏପ୍ରିଲ୍ ଶେଷ ସପ୍ତାହରେ ଅନୁଷ୍ଠିତ ହେବ ।
ଏଥିପାଇଁ ଛାତ୍ରଛାତ୍ରୀ ମାନେ ପୂର୍ବ ପ୍ରସ୍ତୁତି ଜାରି ରଖିଛନ୍ତି ଯାହା ଏବେ ଅଫଲାଇନ ପରୀକ୍ଷା ସମୟରେ ବହୁତ ଉପଯୋଗୀ ସାବ୍ୟସ୍ତ ହେବ । ପ୍ରି-ବୋର୍ଡ କରିବା ପୂର୍ବରୁ ଅବଶିଷ୍ଟ ୫୦% ସିଲାବସ୍ ଏବଂ ରିଭିଜନ୍ ସଂପୂର୍ଣ୍ଣ କରିବାକୁ ବୋର୍ଡ ବିଦ୍ୟାଳୟଗୁଡ଼ିକୁ ନିଦେ୍ର୍ଧଶ ଦେଇଛି ।
ଆଇସିଏସଇ ପରୀକ୍ଷା ଏପ୍ରିଲ ୨୫ରୁ ମେ ୨୦ ମଧ୍ୟରେ ସକାଳ ୧୧ଟାରେ ଅନୁଷ୍ଠିତ ହେବ । ଉଭୟ ଆଇସିଏସଇ ଏବଂ ଆଇଏସସି ଛାତ୍ରଛାତ୍ରୀମାନେ ସେମାନଙ୍କର ୨୦ମିନିଟର ପରୀକ୍ଷାର ପ୍ରଶ୍ନପତ୍ର ପଢ଼ିବା ପାଇଁ ୧୦ମିନିଟ ପାଇବେ । ଏଥିପାଇଁ ଅଭିଭାବକଙ୍କ ସହିତ ଛାତ୍ରଛାତ୍ରୀ ମାନେ ନିଜର ଉକôଣ୍ଠା ପରିପ୍ରକାଶ କରିଛନ୍ତି ।
Comments ସମସ୍ତ ମତାମତ