Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଶୁକ୍ରବାର ନୂଆପଡ଼ା ଉପନିର୍ବାଚନ ଫଳ

    Share on :
    ajab-Image
    Date: Nov 13, 2025    Views: 2942

    ନୂଆପଡ଼ା: ଶୁକ୍ରବାରନୂଆପଡ଼ା ଉପନିର୍ବାଚନ ଭୋଟ ଗଣତି ହେବ । ଶୁକ୍ରବାର ଫିଟିବ ବିଜେପି, ବିଜେଡି, କଂଗ୍ରେସ ସମେତ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ଗତ ମଙ୍ଗଳବାର ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ସରିଛି । ବିଳମ୍ବିତ ରାତିରେ ୩୫୮ଟି ଇଭିଏମ, ଭିଭିପାଟ ଓ ଅନ୍ୟ ମତଦାନ ସାମଗ୍ରୀ ନ୍ୟାସନାଲ କଲେଜ ଷ୍ଟ୍ରଙ୍ଗରୁମରେ ପହଞ୍ଚିଛି । ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟରେ ଇଭିଏମ୍ ରହିଛି । ନୂଆପଡ଼ା ଏସପି ଅମ୍ରିତପାଲ ସିଂଙ୍କ ନେତୃତ୍ୱରେ ଅତିରିକ୍ତ ଏସପି, ୮ଜଣ ଡିଏସପି ସମେତ ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ (ସିଏପିଏଫ), ଷ୍ଟେଟଆର୍ମ ପୁଲିସ ଫୋର୍ସ (ଏସଏପିଏଫ) ର ଯବାନମାନେ ୨୪ଘଣ୍ଟିଆ ପହରା ଦେଉଛନ୍ତି ।
    ବୁଧବାର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ୮୩.୪୫ ପ୍ରତିଶତ ମତଦାନ ହୋଇଛି । ୨ ଲକ୍ଷ ୫୪ ହଜାର ୪୯୭ ମତଦାତାଙ୍କ ମଧ୍ୟରୁ ୨ ଲକ୍ଷ ୧୨ ହଜାର ୩୮୫ ଜଣ ମତଦାନ କରିଛନ୍ତି । ସେଥିରୁ ପୁରୁଷ ୧ ଲକ୍ଷ ୩ହଜାର ୮୧୭ ଓ ମହିଳା ୧ଲକ୍ଷ ୮ହଜାର ୫୬୩ । ନ୍ୟାସନାଲ କଲେଜ ଗଣତି କେନ୍ଦ୍ରରେ ଭୋଟଗଣତି ହେବ ।

    ଆସନ୍ତା ନଭେମ୍ବର ୧୪ ତାରିଖ ସକାଳ ୮ଟାରେ ପ୍ରଥମେ ବାଲାଟ୍ ପେପର ଗଣତି ହେବ ଓ ସକାଳ ସାଢ଼େ ୮ଟାରୁ ଇଭିଏମ ମତଦାନ ଗଣତି ଆରମ୍ଭ ହେବ । ଭୋଟଗଣତି କେନ୍ଦ୍ରରେ ୩୫୮ଟି ବୁଥ ପାଇଁ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ । ପ୍ରତି ଟେବୁଲରେ ଜଣେ ଗଣତି ସହାୟକ, ସୁପରଭାଇଜର, ମାଇକ୍ରୋ ପର୍ୟ୍ୟବେକ୍ଷକଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଛନ୍ତି । ରିଟର୍ଣ୍ଣିଂ ଅଫିସର ତଦାରଖ କରିବେ ବୋଲି କହିଛନ୍ତି । ବିଜେପି, ବିଜେଡି, କଂଗ୍ରେସ ସମେତ ୧୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପୁରୁଷ ତୁଳନାରେ ପ୍ରାୟ ୫ହଜାର ଅଧିକ ମହିଳା ମତଦାନ କରିଛନ୍ତି । ଏହି ମହିଳା ଭୋଟ ନିର୍ଣ୍ଣାୟକ ହୋଇପାରେ ବୋଲି ଆକଳନ ହେଉଛି।

    Maximum 500 characters

    ରାଜନୀତି View all

    Find Us on Facebook