Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ କରିଛି : ନିରଞ୍ଜନ

    Share on :
    ajab-Image
    Date: Mar 5, 2022    Views: 6478

    ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପଦର୍ଶନ କରିଛି । ପୌର ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିବ । ଆଜି ଏମିତି କହି ନିଜକୁ ନିଜେ ଆତ୍ମସନ୍ତୋଷ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

    ନିରଞ୍ଜନ କହିଛନ୍ତି ପଞ୍ଚାୟତ ନିର୍ବାଚନରେ ଗ୍ରାମାଞ୍ଚଳରେ ଭଲ ପ୍ରଦର୍ଶନ କରିଛି କଂଗ୍ରେସ। ତେଣୁ ସହରାଞ୍ଚଳରେ ମଧ୍ୟ ଭଲ ପ୍ରଦର୍ଶନ କରିବ । ଲୋକଙ୍କ ମଧ୍ୟରେ ଭୁଲ ଧାରଣାଯେ କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ଝଟକା ଖାଇଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି। ପଏଣ୍ଟ କେତେ ବଢିଛି ତାହା ତର୍ଜମା ପରେ ଜଣାପଡିବ। ତେବେ ପୌର ନିର୍ବାଚନ ରେ ଘର ଘର ବୁଲିବା ପାଇଁ କମ ସମୟ ରହିଛି, ହେଲେବି ଘର ଘର ବୁଲିବା ପାଇଁ ପ୍ରସ୍ତୁତ ରହିଛୁ।

    ସେହିପରି ନିରଞ୍ଜନ କହିଛନ୍ତି ପଞ୍ଚାୟତ ନିର୍ବାଚନରେ ଯେଉଁ ଫଳାଫଳ ରାଜ୍ୟବାସୀ ଦେଇଛନ୍ତି, ସେଥିପାଇଁ ଓଡିଶା ବାସୀଙ୍କୁ କୃତଜ୍ଞତା ଜଣାଇବା ସହ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଛି। ପୌର ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିବ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook