Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

TOKYO OLYMPIC

ମୁଖ୍ୟ ଖବର

    ନୀରଜ ଚୋପ୍ରାଙ୍କୁ ବାଇଜୁସ୍ ଦେବ ୨ କୋଟି, ଛୁଟୁଛି ପୁରସ୍କାର ସୁଅ

    Share on :
    ajab-Image
    Date: Aug 9, 2021    Views: 5157

    ଭୁବନେଶ୍ୱର : ୧୨୫ ବର୍ଷର ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭଲିନ୍ ତାରକା ନୀରଜ ଚୋପ୍ରାଙ୍କୁ ଦେଶର ଅନ୍ୟତମ ପ୍ରମୁଖ ମଲ୍ଟିନ୍ୟାସନାଲ୍ ଏଜୁକେସନାଲ ଟେକନୋଲୋଜି କମ୍ପାନି ‘ବାଇଜୁସ’ ୨ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିବ । ଅନ୍ୟ ସମସ୍ତ ବ୍ୟକ୍ତିଗତ ପଦକ ବିଜେତାଙ୍କୁ କମ୍ପାନି ପକ୍ଷରୁ ୧ କୋଟି ଲେଖାଏଁ ପ୍ରଦାନ କରାଯିବ । ଭାରୋତ୍ତୋଳିକା ମୀରାବାଈ ଚାନୁ, କୁସ୍ତିଯୋଦ୍ଧା ରବି କୁମାର ଦାହିୟା ରୌପ୍ୟ ପଦକ ଜିତିଥିବାବେଳେ ମୁଷ୍ଟିଯୋଦ୍ଧା ଲଭଲିନା ବୋର୍ଗୋହେଁ, ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ, କୁସ୍ତିବିତ ବଜରଙ୍ଗ ପୁନିଆ କାଂସ୍ୟ ପଦକ ଜିତିଥିଲେ । ଭାରତ ସର୍ବାଧିକ ୭ ପଦକ ଜିତି ସର୍ବକାଳୀନ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲା । ବାଇଜୁସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସିଇଓ ବାଇଜୁ ରବୀନ୍ଦ୍ରନ କହିଥିଲେ “ଦେଶ ନିର୍ମାଣରେ କ୍ରୀଡ଼ା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି, ଏବେ ଆମ ଅଲିମ୍ପିକ୍ ନାୟକମାନଙ୍କୁ ନେଇ ଉତ୍ସବ ପାଳିବାର ବେଳ । ଟୋକିଓ ଅଲିମ୍ପିକ୍ସର ଐତିହାସିକ ସଫଳତା ପାଇଁ କେବଳ ପ୍ରତି ୪ ବର୍ଷରେ ଥରେ ନୁହେଁ, ପ୍ରତିଦିନ ସେମାନେ ସମର୍ଥନର ହକଦାର । ଖେଳାଳିଙ୍କ ପ୍ରୟାସ, ତ୍ୟାଗ ଓ କୃତିତ୍ୱ ପାଇଁ ଆମେ ସେମାନଙ୍କୁ ପୁରସ୍କୃତ କରୁଛୁ ।”

    Maximum 500 characters

    TOKYO OLYMPIC View all

    Find Us on Facebook