Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏନ୍‌ଇଇଟି-ୟୁଜି ପରୀକ୍ଷା: ସହର ଆଲର୍ଟମେଣ୍ଟ କଲା ଏନ୍‌ଟିଏ

    Share on :
    ajab-Image
    Date: Jun 8, 2026    Views: 2834

    ନୂଆଦିଲ୍ଲୀ: ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ ସହରରେ ପରୀକ୍ଷା ଦେବେ ସେନେଇ ୱେବସାଇଟ୍‌ରେ ସୂଚନା ଦିଆଯାଇଛି । ଏଥିପାଇଁ ଛାତ୍ରୀଛାତ୍ର ଆପ୍ଲିକେଶନ ନମ୍ବର ଏବଂ ପାସ୍‌ଓ୍ବାର୍ଡ ସହାୟତାରେ ଓ୍ବେବ୍‌ସାଇଟ୍‌କୁ ଲଗ୍‌ ଇନ୍‌ କରି ସହର ସ୍ଲିପ୍‌ ଦେଖିବା ସହ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି। neet.nta.nic.in ସାଇଟ୍‌ ଯାଇ ଚେକ୍‌ କରିବାକୁ ପରାମର୍ଶ ଦିଆଯାଇଛି ।

    ଭାରତର ୫୫୧ଟି ସହର ଏବଂ ବିଦେଶରେ ୧୪ଟି ସହରରେ ଅପରାହ୍ନ ୨ଟାରୁ ୫ଟା ୧୫ ମଧ୍ୟରେ ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା କାଗଜକଲମରେ ହେବ ବୋଲି ଏନ୍‌ଟିଏ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ପରୀକ୍ଷା ସହର ସୂଚନା ସ୍ଲିପ୍‌ ଆଡମିଟ୍‌ କାର୍ଡ ନୁହେଁ । ଏହା କେବଳ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ପରୀକ୍ଷା କେନ୍ଦ୍ର କେଉଁ ସହରରେ ରହିଛି, ତାହା ଜଣାଇବା ପାଇଁ ଉଦ୍ଦିଷ୍ଟ ବୋଲି ଏନ୍‌ଟିଏ ସ୍ପଷ୍ଟ କରିଦେଇଛି। ଆଡମିଟ୍‌ କାର୍ଡ ପରେ ଇସ୍ୟୁ କରାଯିବ ବୋଲି ଏନ୍‌ଟିଏ କହିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook