Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନ ଉଭୟ ରାଜନେତା ଓ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାବାସୀଙ୍କ ପ୍ରଥମ ଓ ଶ୍ରେଷ୍ଠ ପସନ୍ଦ

    Share on :
    ajab-Image
    Date: Jan 28, 2023    Views: 2827

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ରାଜନେତା ଓ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାବାସୀଙ୍କ ପ୍ରଥମ ଓ ଶ୍ରେଷ୍ଠ ପସନ୍ଦ ବୋଲି “ଇଣ୍ଡିଆ ଟୁଡେ’ପତ୍ରିକାର “ମୁଡ୍‌ ଅଫ୍‌ ଦ ନେସନ୍‌’ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।“ମୁଡ୍‌ ଅଫ୍‌ ଦ ନେସନ୍‌’ ସର୍ଭେରେ ନବୀନଙ୍କୁ ସର୍ବାଧିକ ୭୩.୨% ରେଟିଂ ମିଳିଛି । ନିଜ ରାଜ୍ୟରେ ଲୋକପ୍ରିୟତାରେ ଦେଶର ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ୧ ନମ୍ବର ସ୍ଥାନରେ ଅଛନ୍ତି । ୬ ମାସ ତଳେ ଅନୁଷ୍ଠିତ ଏହି ସର୍ଭେରେ ନବୀନଙ୍କୁ ୭୮.୧% ରେଟିଂ ମିଳିଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬୯.୨% ରେଟିଂ ସହ ଦ୍ୱିତୀୟ ସ୍ଥାନରେ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ୬୮.୩% ରେଟିଂ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଶ୍ରେଷ୍ଠ ଦଶଟି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍‌, ଗୁଜୁରାଟ୍‌ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ପ୍ରମୁଖ ସ୍ଥାନ ପାଇଛନ୍ତି ।

    ସାରା ଦେଶରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩୯.୧ ରେଟିଂ ସହ ୧ ନମ୍ବରରେ ଅଛନ୍ତି । ଦ୍ୱିତୀୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌, ତୃତୀୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଚତୁର୍ଥରେ ଷ୍ଟାଲିନ୍‌, ପଞ୍ଚମରେ ନବୀନ, ଷଷ୍ଠରେ ହିମନ୍ତ, ସପ୍ତମରେ ଶିବରାଜ, ଅଷ୍ଟମରେ ଏକନାଥ, ନବମରେ ଜଗନ ମୋହନ ରେଡ୍ଡି ଓ ଦଶମରେ ଭୂପେଶ ବାଘେଲ ଅଛନ୍ତି । ଇଣ୍ଡିଆ ଟୁଡେ ପତ୍ରିକା ଓ ସି-ଭୋଟର୍‌ ପକ୍ଷରୁ ମିଳିତ ଭାବେ ସାରା ଦେଶରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶନକୁ ନେଇ ଜନମତ ସଂଗ୍ରହ କରାଯାଇଥିଲା । ଓଡ଼ିଶାର ୨୪୩୭ ଜଣ ଲୋକଙ୍କ ମତାମତ ନିଆଯାଇଥିଲା ।

    Maximum 500 characters

    ରାଜନୀତି View all

    Find Us on Facebook