Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ‘ଫିକି’ ସୁଯୋଗ ଦେଉ:ନବୀନ

    Share on :
    ajab-Image
    Date: Dec 1, 2022    Views: 3019

    ଭୁବନେଶ୍ୱର:   ପୂର୍ବ ଭାରତରେ ଓଡ଼ିଶା ବ୍ୟବସାୟ, ବାଣିଜ୍ୟ ଏବଂ ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ନିବେଶକଙ୍କ ପାଇଁ ଓଡ଼ିଶାକୁ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳ ଭାବେ ଗଢ଼ି ତୋଳିବାକୁ ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ ମହାସଂଘ (ଫିକି) ପ୍ରୋତ୍ସାହିତ କରୁ। ବୁଧବାର ମେକ୍ ଇନ୍ ଓଡ଼ିଶା-୨୦୨୨ କନକ୍ଲେଭର ଅବ୍ୟବହିତ ପୂର୍ବରୁ ଫିକିର ଜାତୀୟ କାର୍ୟ୍ୟନିର୍ବାହୀ ପରିଷଦ ବୈଠକକୁ ସମ୍ବୋଧନ କରିବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା କନକ୍ଳେଭ ତୃତୀୟ ସଂସ୍କରଣରେ ସହାୟତା ପାଇଁ ଫିକି ଏବଂ ଏହାର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ, ଫିକି ସହିତ ଆମର ଦୃଢ଼ ସହଭାଗିତା ରହିଛି। ଏହି କନକ୍ଲେଭକୁ ସଫଳ କରିବା ଏବଂ ନିକଟ ଭବିଷ୍ୟତରେ ଓଡ଼ିଶାକୁ ନିବେଶ ଓ ସମୃଦ୍ଧି ଆଣିବା ଦିଗରେ ମିଳିତ କାର୍ୟ୍ୟ ଜାରି ରଖିବା ଦିଗରେ ଫିକିର ସହଯୋଗ ଜରୁରୀ। ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଫିକି-ଏଫଏଲଓ’ ସହିତ ମିଶନ ଶକ୍ତିର ଯୋଗଦାନ ଅତ୍ୟନ୍ତ ହୃହୟସ୍ପର୍ଶୀ। ମିଶନ୍ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରି ଆଦର୍ଶ ଉଦ୍ୟୋଗୀ ଏବଂ ନେତୃତ୍ବ ସୃଷ୍ଟି କରିବା ଆମର ଲକ୍ଷ୍ୟ। ତୃଣମୂଳସ୍ତରରେ ଔଦ୍ୟୋଗିକ ଦୃଶ୍ୟପଟ୍ଟକୁ ଅଧିକ ସୁଦୃଢ଼ କରିବାକୁ ପଡ଼ିବ। ଏହାସହ ବିଶ୍ବ ବଜାର (ଗ୍ଲୋବାଲ ମାର୍କେଟ୍)ରେ ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ନିହାତି ଆବଶ୍ୟକ। ଏଥିନିମନ୍ତେ ମିଶନ୍ ଶକ୍ତି ବିଭାଗ ସହିତ ଫିକି ଏଫଏଲଓ ଟିମ୍ କାର୍ୟ୍ୟ କରୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook