Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Aug 15, 2022    Views: 2732

    ଭୁବନେଶ୍ୱର : ସୋମବାର ସକାଳ ସାଢ଼େ ୬ଟାରୁ ସାଢ଼େ ୯ଟା ଯାଏଁ ପ୍ରଦର୍ଶନୀ ପଡି଼ଆ ଚାରିପାଖ ସିଲ୍‌ ରହିଛି । ଆଖପାଖ ରାସ୍ତାରେ ଯାତାୟତ ବନ୍ଦ ରହିଛି । ପଡି଼ଆ ଭିତରେ ଓ ବାହାରେ ପ୍ରାୟ ୧୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ଜଗିଛନ୍ତି । ପାଖାପାଖି ୮୦ ଜଣ ପୁଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ୭୬ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ କମିଶନରେଟ ପୁଲିସ୍‌ ପକ୍ଷରୁ ଏମିତି କଡ଼ାକଡି଼ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିର୍ଦ୍ଧାରିତ ପ୍ରୋଟକଲ୍‌ ମୁତାବକ, ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ସକାଳ ୮ଟା ୫୮ ମିନିଟ୍‌ରେ ପଡି଼ଆରେ ପ୍ରବେଶ କରିବେ ।

    ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବନସ୍‌ଲ ଓ ଏନ୍‌ସିସି ଡେପୁଟି ଡାଇରେକ୍ଟର ଜେନେରାଲ ପଡି଼ଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବେ । ମୁଖ୍ୟମନ୍ତ୍ରୀ ପେଣ୍ଡାଲ ଉପରକୁ ଯାଇ ୯ଟା ସୁଦ୍ଧା ଜାତୀୟ ପତାକା ଉତ୍ତୋଳନ କରିବେ । ପୁଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ କରାଯିବ । ଓଡ଼ିଶା ସ୍ପେଶାଲ ଆର୍ମଡ୍‌ ପୁଲିସ (ଓଏସ୍‌ଏପି), ଓଡ୍ରାଫ୍‌, ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ୩ଟି ଟ୍ରୁପ୍‌ ଦ୍ୱାରା ପ୍ରଦର୍ଶିତ ପରେଡର ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ । ସେଠାରୁ ମୁଖ୍ୟମନ୍ତ୍ରୀ ପଡି଼ଆରେ ଆୟୋଜିତ ଫଟୋ ପ୍ରଦର୍ଶନୀ ଓ ଏକ ‘ଅହିଂସା ରଥ‘ ଉନ୍ମୋଚନ କରି ଫେରିଯିବେ । ସ୍ୱତନ୍ତ୍ର ଭାବେ ଅନୁମତି ତଥା ପାସ୍‌ ଥିବା ଅତିଥିମାନେ ଉତ୍ସବସ୍ଥଳକୁ ଯାଇପାରିବେ ।

    ପୁଲିସ କହିବା ମୁତାବକ, ପ୍ରଦର୍ଶନୀ ପଡି଼ଆରେ ନିୟୋଜିତ ୧୫ ପ୍ଲାଟୁନ ଫୋର୍ସକୁ ତଦାରଖ କରିବେ ୫ ଜଣ ଅତିରିକ୍ତ ଡିସିପି, ୮ଜଣ ଏସିପି ଓ ୨୦ ଜଣ ଇନ୍ସପେକ୍ଟର । ସବ୍‌ଇନ୍ସପେକ୍ଟର ଓ ଅତିରିକ୍ତ ସବ୍‌ଇନ୍ସପେକ୍ଟରଙ୍କୁ ମିଶାଇଲେ, ପ୍ରାୟ ୮୦ ଜଣ ଅଧିକାରୀଙ୍କ ଉପରେ ଉତ୍ସବର ସୁରକ୍ଷା ବ୍ୟବସ୍ଥା ନ୍ୟସ୍ତ ରହିବ । ୧ ୟୁନିଟ୍‌ ସ୍ପେଶାଲ ଅପରେସନ ଗ୍ରୁପ୍‌ (ଏସ୍‌ଓଜି), ଓଡି଼ଶା ତ୍ୱରିତ କାର୍ୟ୍ୟବଳ (ଓସାଫ୍‌), କୁଇକ୍‌ ରିଆକ୍ସନ ଟିମ୍‌(କ୍ୟୁଆର୍‌ଟି), ସନ୍ଧାନୀ କୁକୁର, ବମ୍‌ ସ୍କ୍ୱାଡ୍‌, ସାଦା ପୋଷାକଧାରୀ ପୁଲିସ ମଧ୍ୟ ଉତ୍ସବ ସୁରକ୍ଷାରେ ରହିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook