ବଲାଙ୍ଗୀର: ନିର୍ମାଣଧୀନ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୧ ହଜାର ୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଜିଲ୍ଲାର ଜଳସେଚନ ଓ ପାନୀୟ ଜଳ ସଙ୍କଟ ଦୂର ହେବ ।
ଭୂତଳ ପାଇପ୍ ଦ୍ବାରା ପ୍ରକଳ୍ପର କ୍ଷମତା ବୃଦ୍ଧି କରାଯାଇ ଜଳସେଚନ, ପାନୀୟଜଳ ଯୋଗାଣ ସହ ପାଣିର ଅପବ୍ୟବହାର ରୋକିବା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବଲାଙ୍ଗୀର ମାଗୁରବେଡ଼ା ସ୍ଥିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ ଦ୍ବାରା ଜଳସେଚନ ପ୍ରକଳ୍ପ କାର୍ୟ୍ୟକାରୀ କରିବା ପାଇଁ ୯୯୮ କୋଟି ଟଙ୍କା ଓ ୫ ବର୍ଷ ପର୍ୟ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ପାଇଁ ୮ କୋଟି, ୯୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଲୋୟର୍ ସୁକତେଲ ପ୍ରକଳ୍ପ ଡ୍ୟାମ୍, ଗେଟ୍ ଓ ମାଟି କାମ ଆସନ୍ତା ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ହେବାକୁ ଥିବାବେଳେ ଭୂତଳ ପାଇପ୍ ପ୍ରକଳ୍ପ ଆସନ୍ତା ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ବଲାଙ୍ଗୀର ମ୍ୟୁନିସିପାଲଟି, ସଦର ବ୍ଲକ, ଦେଓଗାଁ, ପୁଇଁତଲା ବ୍ଲକ ଓ ସୋନପୁର ଜିଲ୍ଲାର ତରଭା ବ୍ଲକର ୨୭ ହଜାର ହେକ୍ଟର ଜମି ଜଳସେଚିତ ହେବା ସହ ବଲାଙ୍ଗୀର ସହରବାସୀଙ୍କ ପାନୀୟଜଳ ଆବଶ୍ୟକତା ପୂରଣ ହେବ ।
Comments ସମସ୍ତ ମତାମତ