Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେପି ଆସିଲା, ଫେରିଲା ଭୋକର ଭୂଗୋଳ:ନବୀନ

    Share on :
    ajab-Image
    Date: Nov 8, 2024    Views: 2952

    ଭୁବନେଶ୍ବର: ନବୀନଙ୍କୁ କଷ୍ଟ ଦେଇଛି ଆମ୍ବ ଟାକୁଆ ଖାଇ ନିରୀହ ଲୋକଙ୍କ ମୃତ୍ୟୁ ଘଟଣା । କାରଣ ତାଙ୍କ ଶାସନ କାଳର ୨୪ ବର୍ଷରେ କେବେ ବି କେହି ଭୋକରେ ମରି ନଥିଲେ । ହେଲେ ବିଜେପି ସରକାର ଆସୁ ଆସୁ ଆରମ୍ଭ ହୋଇଗଲା ଅନାହାର ମୃତ୍ୟୁ । ଏପରି କହି ରାଜ୍ୟର ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଠିକ୍ ସମୟରେ ମିଳିଲାନି ଚାଉଳ। ଯେଉଁଥି ପାଇଁ ଗରିବ ଆଦିବାସୀ ବାଧ୍ୟ ହୋଇ ଆମ୍ବ ଟାକୁଆ ଖାଇବାରୁ ଚାଲିଗଲା ୨ ଜଣଙ୍କ ଜୀବନ । ଲୋକଙ୍କ ଖାଦ୍ୟ ସୁରକ୍ଷା ସହ ସାଲିସ୍ ନ କରିବାକୁ ବିଜେପି ସରକାରକୁ ଚେତାବନୀ ଦେଇଛନ୍ତି ନବୀନ ।

    ବିଜେପି ଆସିଲା, ଫେରିଲା ଭୋକର ଭୂଗୋଳ । ପ୍ରମାଣିତ କଲା ଦାରିଙ୍ଗବାଡ଼ି ମାଣ୍ଡିପଙ୍କା ଆମ୍ବ ଟାକୁଆ ଟ୍ରାଜେଡି । ସାରା ବିଶ୍ବରେ ନିନ୍ଦିତ ହେଲା ଓଡ଼ିଶା । ଦିନ ଥିଲା, ଭୋକର ଭୂଗୋଳରୁ ଓଡ଼ିଶାକୁ ବାହାର କରି ବିକାଶର ପ୍ରୟୋଗଶାଳାରେ ପରିଣତ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ଅଭାବରୁ ଚାଉଳ ବଳକା ରାଜ୍ୟରେ ପରିଣତ ହୋଇଥିଲା ଓଡ଼ିଶା । ଆଦିବାସୀଙ୍କ ପାଖରେ ପହଞ୍ଚୁଥିଲା ଚାଉଳ । ହେଲେ ଏବେ ଚାଉଳ ପାଉନାହାନ୍ତି ଗରିବ ଆଦିବାସୀ । ଭୋକ ମିଟାଇବାକୁ ଖାଉଛନ୍ତି ଆମ୍ବ ଟାକୁଆ । ଯାହାର ଫଳ ସ୍ବରୂପ ଅକାଳେ ଗଲା ୨ ଜଣଙ୍କ ଜୀବନ । ମୃତ୍ୟ ସହ ଲଢ଼େଇ କରୁଛନ୍ତି ଆଉ ୨ ଜଣ । ଏହି ଘଟଣାକୁ ନେଇ ଗଭୀର ମର୍ମାହତ ହୋଇଛନ୍ତି ନବୀନ ପଟ୍ଟନାୟକ । ଯାହାକୁ ନେଇ ରାଜ୍ୟର ବିଜେପି ସରକାରକୁ କରିଛନ୍ତି କଡ଼ା ସମାଲୋଚନା । ଗରିବ ଲୋକଙ୍କ ଚାଉଳ ବିନା କାରଣରେ ବନ୍ଦ କଲେ ସରକାର । ଯେଉଁଥିପାଇଁ ସେମାନଙ୍କୁ ଆମ୍ବ ଟାକୁଆ ଖାଇବାକୁ ପଡ଼ିଲା । ରାଜ୍ୟରେ ଯେପରି କେହି ଭୋକିଲା ନରୁହନ୍ତି, ସେଥିପାଇଁ ଅନାହାର ବିରୋଧରେ ସଂଗ୍ରାମ କରିଥିଲେ ନବୀନ । ହେଲେ ୧୨ ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ାରେ ସାରି ଦେଲେ ବିଜେପି ସରକାର । ଖାଲି ସେତିକି ନୁହେଁ, ଦୁଇଟି ଜୀବନ ଗଲା ପରେ ବି ନିଜ ଦୋଷ ଘୋଡ଼ାଇବାକୁ ବିଜେପି ପ୍ରୟାସ ଚଳାଇଛି ବୋଲି କହିଛନ୍ତି ନବୀନ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook