Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସରକାରଙ୍କ ନିଷ୍ପତ୍ତି: ଓଡିଶାବାସୀଙ୍କୁ କିଣିବାକୁ ପଡିବନି ତ୍ରିରଙ୍ଗା

    Share on :
    ajab-Image
    Date: Aug 12, 2022    Views: 3794

    ଭୁବନେଶ୍ବର: ସାରା ଦେଶ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଏଥିପାଇଁ ଦେଶବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି । ସରକାରୀ ଓ ବେସରକାରୀସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଉତ୍ସବ ଅବସରରେ ଓଡିଶାବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇ ଦେବେ ରାଜ୍ୟ ସରକାର ।

    ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ମିଶନ ଶକ୍ତିର ମା'ମାନଙ୍କୁ ଜାତୀୟ ପତାକା ତିଆରି ଓ ବଣ୍ଟନ ଦାୟିତ୍ୱ ଦିଆଯାଇଛି । ମିଶନ ଶକ୍ତିର ମା'ମାନେ ତିରିଶ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook