Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ପଥରମାଡ଼

    Share on :
    ajab-Image
    Date: Apr 12, 2022    Views: 5078

    ଭୁବନେଶ୍ୱର : ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରେ ଦୁର୍ବୃତମାନେ ଆକ୍ରମଣ କରିଛନ୍ତି  । ତେବେ ବିଧାୟକ ସେତେବେଳେ ପଛ ସିଟରେ ବସିଥିବାରୁ ସେ ସୁରକ୍ଷିତ ଥିବା ଜଣାପଡ଼ିଛି  । 

    ବିଧାୟକ ଶ୍ରୀ ମହାଲିଙ୍ଗ କାରରେ ଗାଁକୁ ଫେରୁଥିଲେ  । ବାଦବାହାଲପୁରର ଘରକୁ ଫେରୁଥିବା ବେଳେ ଆକ୍ରମଣ ହୋଇଛି  । ବୁର୍ଡା ଛକରେ ହଠାତ ଦୁଇ ଜଣ ଯୁବକ ବିଧାୟକଙ୍କ ଗାଡ଼ିରୁ ଢେ଼ଲା ପଥର ମାଡ଼ କରିଥିଲେ  । ଏଚଏଚ ୨୬ରେ ଏହି ଆକ୍ରମଣ ହୋଇଥିଲା  । ପଥରମାଡ଼ରେ ବିଧାୟକଙ୍କ ପିଏସଓ ଓ ଗାଡ଼ିର ଡ୍ରାଇଭର ଆହତ ହୋଇଥିବା ଜାଣିବାକୁ ମିଳିଛି  । ସେମାନଙ୍କୁ ଆହତ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି  । ଅପରପକ୍ଷରେ ବିଧାୟକ ସେତେବେଳେ ପଛ ସିଟରେ ବସିଥିଲେ  । ଆଗ ପଟୁ ଦୁଇ ଯୁବକ ଆକ୍ରମଣ କରିଥିବାରୁ ବିଧାୟକଙ୍କର କିଛି କ୍ଷତି ହୋଇନାହିଁ  । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି  । ପୁଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି କୁହାଯାଇଛି  ।

    ଅଭିଯୋଗ ଅନୁଯାୟୀ, ବିଧାୟକ ଗାଁକୁ ଫେରୁଥିବାବେଳେ ହଠାତ ୨ ଜଣ ଯୁବକ ତାଙ୍କ ଗାଡ଼ି ସାମ୍ନାରେ ବାଇକ ରଖିଦେଇଥିଲେ  । ପିଏସଓ ଓ ଡ୍ରାଇଭର ବାହାରକୁ ଆସି ଦୁଇ ଯୁବକଙ୍କୁ ପ୍ରତିବାଦ କରିଥିଲେ  । କିନ୍ତୁ ଯୁବକମାନେ ଗାଡ଼ି ଉପରକୁ ଢେ଼ଲା ପଥର ମାଡ଼ କରିବା ସହ ପିଏସଓ ଡ୍ରାଇଭରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି  ।

    Maximum 500 characters

    ରାଜନୀତି View all

    Find Us on Facebook