Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମହଙ୍ଗା ଭତ୍ତା ବୃଦ୍ଧି ନିର୍ବାଚନରେ ଶାସକ ଦଳକୁ ସୁହାଇବ: ମୋହନ ମାଝୀ

    Share on :
    ajab-Image
    Date: Sep 20, 2022    Views: 3464

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହଙ୍ଗା ଭତ୍ତା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହାଦ୍ବାରା ରାଜ୍ୟ ସରକାରଙ୍କ ମୋଟ୍‌ ୭.୫ ଲକ୍ଷ କର୍ମଚାରୀ ଉପକୃତ ହେବେ । ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ଏହା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ହୋଇଛି । ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ବିଜେପି ।
    ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଏହା ଏକ ଭେଟି ନୁହେଁ ବରଂ ସରକାରଙ୍କ ଏକ ରାଜନୈତିକ ଚାଲ୍‌ ବା ଚଞ୍ଚକତା । ପୂଜା ପର୍ବ ଆସିଲେ ସରକାରୀ କର୍ମଚାରୀଙ୍କୁ ସନ୍ତୁଷ୍ଟ କରାଯାଉଛି । କାରଣ ଏଭଳି କରିବା ଦ୍ୱାରା ରାଜନୈତିକ ମାହୋଲ ଚଳଚଞ୍ଚଳ ହେବ । ଏହା ଆଗାମୀ ନିର୍ବାଚନରେ ଶାସକ ଦଳକୁ ସୁହାଇବ । ସରକାର ଜାଣି ଜାଣି ମାଇଲେଜ ନେବା ପାଇଁ ଏଭଳି କରୁଛନ୍ତି । ଏହା ସମ୍ପୂର୍ଣ୍ଣ ଭାବରେ ରାଜନୈତିକ ପ୍ରଣୋଦିତ । ଏଥିରେ କାହାର କୌଣସି ଲାଭ ନାହିଁ । କେବଳ ସରକାର ସମସ୍ତଙ୍କ ପାଖରେ ନିଜର ସକ୍ରିୟତାକୁ ଜାହିର କରିବା ପାଇଁ ଏଭଳି କରି ଲୋକମାନଙ୍କୁ ନିଜର ରାଜନୈତିକ ଫାଶ ଭିତରକୁ ଟାଣୁଛନ୍ତି । ମହଙ୍ଗା ଭତ୍ତା ବୃଦ୍ଧି କରିବାର ଏହା ଉପଯୁକ୍ତ ସମୟ ନୁହେଁ ।

     

    Maximum 500 characters

    ରାଜନୀତି View all

    Find Us on Facebook