Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭାରତର ପେଟ୍ରୋ କେମିକାଲ୍ସ ହବ୍‌ ହେବ ଓଡ଼ିଶା: ମୋଦୀ

    Share on :
    ajab-Image
    Date: Jun 20, 2025    Views: 3272

    ଭୁବନେଶ୍ବର: ଓଡ଼ିଶା, ଭାରତର ପେଟ୍ରୋ କେମିକାଲ ହବ୍‌ ହେବା ପାଇଁ ଆଗକୁ ବଢ଼ୁଛି । ଓଡ଼ିଶା ସରକାର ୨୦୩୬ ପାଇଁ ବିଶେଷ ଯୋଜନା କରିଛନ୍ତି । କେନ୍ଦ୍ରର ଫୋକସରେ ଓଡ଼ିଶାର ବିକାଶ  ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

    ଜୟ ଜଗନ୍ନାଥ, ଜୟ ବାବା ଲିଙ୍ଗ ରାଜଙ୍କ ନାମ ନେଇ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । "ଓଡିଶା ବାସୀଙ୍କୁ ନମସ୍କାର, ଜୁହାର କହିଲେ । ୨୦ ଜୁନ, ଆଜିର ଦିନ ବହୁତ ବିଶେଷ । ଆଜି ଓଡିଶାର ପ୍ରଥମ ବିଜେପି ସରାକର ସଫଳତାର ସହିତ ଏକ ବର୍ଷ ପୁରା କରିଛି । ଏହା କେବଳ ସରକାର ଏକ ବର୍ଷ ନୁହେଁ ସୁଶାସନର ବର୍ଷ । ଜନସେବା ଜନବିଶ୍ୱାସକୁ ସମର୍ପିତ । ଏହା ଓଡିଶାର କୋଟି କୋଟି ମତଦାତାଙ୍କ ବିଶ୍ୱାସର ଭାଜନ ହେବାର ସାନଦାର ବର୍ଷ," ବୋଲି ଜନତା ମଇଦାନରୁ ସମ୍ବୋଧନ ଦେବା ସମୟରେ କହିଛନ୍ତି ମୋଦି ।

    "ମୁଁ ଓଡିଶାବାସୀଙ୍କୁ ଦୃଦୟରୁ ଅଭିନନ୍ଦନ କରୁଛି । ଓଡିଶା ବିକାଶକୁ ନୂଆ ଗତି ମିଳିଛି । ସାଥୀ ଗଣ ଓଡିଶା କେବଳ ଏକ ରାଜ୍ୟ ନୁହେଁ ଏହି ଓଡିଶା ଭାରତର ଗେଟ ଓ୍ବେ । ଓଡିଶା ଶହ ଶହ ବର୍ଷ ଧରି ଭାରତୀୟ ସଭ୍ୟତାକୁ ସଂସ୍କୃତିକୁ ସମୃଦ୍ଧ କରିଛି । ଗତ ଏକ ବର୍ଷ ଧରି ଓଡିଶାରେ ବିକାଶମନ୍ତ୍ରକୁ ପାଳନ କରିଛି ମୋହନ ସରକାର । ଏହି ମନ୍ତ୍ରରେ ଆଗକୁ ବଢୁଛି । ସାଥୀଗଣ ଏହା ସୁଃଖଦ ସଂଯୋଗ କି ଓଡିଶାର ବିଜେପି ସରକାର ଏକ ବର୍ଷ ପୂରଣ କରିଛି । ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଏକ ବର୍ଷ ସରକାର ପୂର୍ତ୍ତି ପାଳନ ହୋଇଛି," କହିଛନ୍ତି ମୋଦି ।

    ମହାପ୍ରଭୁ ଆମ ପାଇଁ ଆରାଧ୍ୟ । ଆମ ପାଇଁ ରାଜନୀତି ଜୟ ବିଜୟର ଭାଷଣ ନୁହେଁ । ମୋହନ ସରାକରକୁ ପ୍ରଂଶସା କଲେ ମୋଦି । ଏଠାରେ ବିଜେପି ସରାକର ଆସିବା ପରେ ଶ୍ରୀମନ୍ଦିର ୪ ଦ୍ୱାରା ଖୋଲିଲା । ରତ୍ନଭଣ୍ଡାର ମଧ୍ୟ ଖୋଲା ଯାଇଛି କହିଛନ୍ତି ମୋଦି ।

    Maximum 500 characters

    ତାଜା ଖବର View all

    Find Us on Facebook