Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜି ବିଜେପି ପକ୍ଷରୁ ମୟୂରଭଞ୍ଜ ବନ୍ଦ ଡାକରା

    Share on :
    ajab-Image
    Date: Oct 25, 2021    Views: 3478

    ବାରିପଦା: ଆଜି ୧୬ ଦଫା ଦାବି ନେଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ବନ୍ଦର ପ୍ରଭାବ ଆରମ୍ଭ ହୋଇଯାଇଥିବା ବେଳେ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଏହି ବନ୍ଦ ପାଳନକୁ ଜୋରଦାର କରିବ ବିଜେପି । ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ବାରିପଦାକୁ ଏକ ସରକାରୀ କାର୍ୟ୍ୟକ୍ରମରେ ଆସିଥିବା ବେଳେ ହେଲିପ୍ୟାଡଠାରେ ବିଜେପି ଏବଂ ଜେଏମ୍ ଏମ୍ ପକ୍ଷରୁ କଳା ପତାକା ଦେଖାଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା। ସେହି ସମୟରେ ବିଜେପି ଏବଂ ଜେଏମ୍ଏମ୍ କର୍ମୀଙ୍କୁ ବିଜେଡି କର୍ମୀ ନିସ୍ତୁକ ମାଡ଼ ମାରିଥିଲେ । ଏହି ଘଟଣା ସହିତ ଜିଲ୍ଲାର ଉନ୍ନତି ପାଇଁ ୧୬ ଦଫା ଦାବି ନେଇ ଆଜି ମୟୂରଭଞ୍ଜ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି ।

    ଜିଲ୍ଲାରେ ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟ ସେବା, ଡାକ୍ତର ପଦବୀ ପୂରଣ ସହ ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପ୍ରହସନ ବୋଲି ବିଜେପି କହିଛି । ଅନ୍ୟପକ୍ଷରେ ମମିତା ମେହେରକୁ ନ୍ୟାୟ ସହ କ୍ୟାପଟେନ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ଗିରଫ ଦାବି କରିଛି ବିଜେପି। ଏନେଇ ଆଜି ସକାଳ ୬ଟା ଠାରୁ ବିଜେପିର ମହିଳା ଯୁବ ମୋର୍ଚ୍ଚା ସହିତ ଜିଲ୍ଲାର ଅନେକ ଆଗ ଧାଡ଼ିର ବିଜେପି ନେତା ବାରିପଦା ସହରର ୧୮ ନଂ ଜାତୀୟ ରାଜପଥରେ ପିକେଟିଂ କରିବା ସହ ରାଜପଥ ଅବରୋଧ କରିଥିଲେ। ତେଣୁ ବାରିପଦା ଦୋକାନବଜାର ବନ୍ଦ ଥିବା ବେଳେ ରାସ୍ତା ଖାଁ ଖାଁ ରହିଥିବା ଦେଖିବାକୁ ମିଳିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook