ମୁଖ୍ୟ ଖବର
ଭୁବନେଶ୍ୱର: ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହେବ । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୬ ପର୍ୟ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିିବ । ତେବେ ଚଳିତ ବର୍ଷ ପରୀକ୍ଷାରେ ବିଭିନ୍ନ ପରିବର୍ତ୍ତନ କରାଯାଇଛି । ପରୀକ୍ଷା ପରିଚାଳନା ସହ ମାର୍କିଂ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।
୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ । ପ୍ରଥମ ପଦ୍ଧତି- ସମ୍ମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ
ଦ୍ୱିତୀୟ ପଦ୍ଧତି- ସମ୍ମେଟିଭ-୨ର ମାର୍କ ୨ ଗୁଣ କରି ହିସାବ କରାଯିବ । ୩ୟ ପଦ୍ଧତି- ଇଣ୍ଟରନାଲ ଆସେସମେଣ୍ଟର ୨୦ ପ୍ରତିଶତ, ସମ୍ମେଟିଭ-୧ରୁ ୩୦ ପ୍ରତିଶତ ଓ ସମ୍ମେଟିଭ-୨ରୁ ୫୦ ପ୍ରତିଶତ ନିଆଯାଇ ମାର୍କିଂ କରାଯିବ । ଯେଉଁ ପଦ୍ଧତିରେ ଛାତ୍ରଛାତ୍ର ସର୍ବାଧିକ ମାର୍କ ରଖିବେ, ସେଇଟି ଚୂଡ଼ାନ୍ତ ହେବ ବୋଲି ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି ।
Comments ସମସ୍ତ ମତାମତ