ମୁଖ୍ୟ ଖବର
ଭୁବନେଶ୍ୱର: ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହେବ । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୬ ପର୍ୟ୍ୟନ୍ତ ପରୀକ୍ଷା ଚାଲିିବ । ଏନେଇ ମୁଖ୍ୟ ଶାସନ ସଚିବ ଗତ ୧୧ ତାରିଖ ଦିନ ଘୋଷଣା କରିଥିଲେ । ତାଙ୍କ ଘୋଷଣା ଅନୁଯାୟୀ
- ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ କରାଯିବ
- ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ
-ଯଥା ସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ
- ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ
-ନିଜ ସ୍କୁଲରେ ପରୀକ୍ଷା ହୋଇନପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ
- ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ
- ପ୍ରଥମ ପଦ୍ଧତି- ସମ୍ମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ
- ଦ୍ୱିତୀୟ ପଦ୍ଧତି- ସମ୍ମେଟିଭ-୨ର ମାର୍କ ୨ ଗୁଣ କରି ହିସାବ କରାଯିବ
- ୩ୟ ପଦ୍ଧତି- ଇଣ୍ଟରନାଲ ଆସେସମେଣ୍ଟର ୨୦ ପ୍ରତିଶତ, ସମ୍ମେଟିଭ-୧ରୁ ୩୦ ପ୍ରତିଶତ ଓ ସମ୍ମେଟିଭ-୨ରୁ ୫୦ ପ୍ରତିଶତ ନିଆଯାଇ ମାର୍କିଂ କରାଯିବ
- ଯେଉଁ ପଦ୍ଧତିରେ ଛାତ୍ରଛାତ୍ର ସର୍ବାଧିକ ମାର୍କ ରଖିବେ, ସେଇଟି ଚୂଡ଼ାନ୍ତ ହେବ
Comments ସମସ୍ତ ମତାମତ