Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କିସ ପାଇଁ ବାହାଘର ଭାଙ୍ଗିଦେଲେ କନ୍ୟା

    Share on :
    ajab-Image
    Date: Dec 1, 2022    Views: 3982

    ବରେଲୀ: ସର୍ବସମ୍ମୁଖରେ କନ୍ୟାକୁ କିସ୍‌ କରିବା ବରଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ କନ୍ୟା ଜଣଙ୍କ ବାହାଘରକୁ ଶେଷ ମୁହୂର୍ତ୍ତରେ ଭାଙ୍ଗି ଦେବା ସହ ପୁଲିସ୍‌କୁ ଡାକି ବରଙ୍କୁ ସର୍ବସମ୍ମୁଖରେ ବେଇଜତ କରିଛନ୍ତି। ଉତ୍ତର ପ୍ରଦେଶର ସମ୍ଭଲରେ ଏପରି ଏକ ରୋଚକ ଘଟଣା ଘଟିଛି।

    ମଙ୍ଗଳବାର ରାତିରେ ଗୋଟିଏ ବିବାହ କାର୍ୟ୍ୟକ୍ରମରେ ଏହା ଘଟିଥିଲା। ବାହା ହେବାକୁ ଯାଉଥିବା ବରକନ୍ୟା ଷ୍ଟେଜ ଉପରେ ପରସ୍ପରକୁ ଫୁଲ ମାଳ ପିନ୍ଧାଇଥିଲେ। ଏହି ସମୟରେ ଷ୍ଟେଜ ସାମ୍ନାରେ ପ୍ରାୟ ୩୦୦ ଅତିଥି ରହିଥିଲେ। ମାଳ ପିନ୍ଧିବା ପରେ ସମସ୍ତଙ୍କୁ ଚକିତ କରି ବର ଜଣଙ୍କ ନିଜ ଭାବୀ ପତ୍ନୀଙ୍କୁ ଷ୍ଟେଜ ଉପରେ ସ୍ନେହରେ କିସ୍‌ କରିଦେଇଥିଲେ।

    ବାସ୍‌ ଏତିକି କଥାରେ କନ୍ୟା ଜଣଙ୍କ ରାଗି ପାଚି ଲାଲ ପଡ଼ି ଯାଇଥିଲେ। ସେ ତୁରନ୍ତ ଷ୍ଟେଜ ଉପରୁ ତଳକୁ ଚାଲି ଆସିଥିଲେ ଓ ବାହ ହେବାକୁ ମନା କରି ପୁଲିସ୍‌କୁ ମଧ୍ୟ ଖବର ଦେଇଥିଲେ।

    ୨୩ ବର୍ଷୀୟ ଯୁବତୀଙ୍କ ଜଣଙ୍କ କହିବା କଥା ଯେ ସାଙ୍ଗମାନଙ୍କ ସହ ବାଜି ଲଗାଇ ବର ଜଣଙ୍କ ତାଙ୍କୁ ସର୍ବସମ୍ମୁଖରେ କିସ କରିଥିଲେ। ତେଣୁ ସେ ତାଙ୍କ ଚରିତ୍ର ଉପରେ ସନ୍ଦେହ ପ୍ରକାଶ କରିଛନ୍ତି।ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କନ୍ୟାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲା। ହେଲେ ସେ କାହା କଥା ବି ଶୁଣି ନାହାନ୍ତି।
    କନ୍ୟା ଜଣଙ୍କ ପୁଲିସ୍‌କୁ ଡାକିବା ପରେ ଉଭୟ ପକ୍ଷ ଥାନାକୁ ଯାଇଥିଲେ। ସେଠାରେ କନ୍ୟା ଜଣଙ୍କ କହିଛନ୍ତି ଯେ “ଆମେ ଷ୍ଟେଜରେ ଥିବା ବେଳେ ସେ(ବର) ମୋତେ ଅତ୍ୟନ୍ତ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ। ତଥାପି ମୁଁ ଏହାକୁ ଅଣଦେଖା କରିଥିଲି।

    ଏହାପରେ ସେ ଅତ୍ୟନ୍ତ ଅଭଦ୍ରଙ୍କ ଭଳି ଆଶ୍ଚର୍ୟ୍ୟଜନକ ଘଟଣା ଘଟାଇଥିଲେ। ମୁଁ ପୂରା ସ୍ତବ୍ଧ ହୋଇଯିବା ସହ ଅପମାନିତ ଅନୁଭବ କରିଥିଲି। ସେ ଆଦୌ ମୋ ଆତ୍ମସମ୍ମାନ କଥା ଚିନ୍ତା କରି ନଥିଲେ। ଅତିଥିମାନଙ୍କ ସାମ୍ନାରେ ସେ ଅଭଦ୍ର ଶୋଭାବ ପ୍ରଦର୍ଶନ କରିଛନ୍ତି। ଏପରି ସ୍ଥିତିରେ ସେ ଭବିଷ୍ୟତରେ କେମିତି ବ୍ୟବହାର କରିବେ? ତେଣୁ ମୁଁ ତାଙ୍କ ସହ ବିବାହ କରିବାକୁ ମନା କରିଦେଇଛି।”

    Maximum 500 characters

    ଦେଶ ବିଦେଶ View all

    Find Us on Facebook