Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୭୨ ମାଓବାଦୀଙ୍କ ଆତ୍ମସମର୍ପଣ

    Share on :
    ajab-Image
    Date: Oct 30, 2025    Views: 4161

    ରାୟପୁର/: ଛତିଶଗଡ଼ରେ  ସୁରକ୍ଷା ବଳଙ୍କୁ ବଡ଼ ସଫଳତା ମିଳିଛି ।  ରାଜ୍ୟରେ ବୁଧବାର ୭୨ ଜଣ ମାଓବାଦୀ  ଆତ୍ମସମର୍ପଣ କରିଛନ୍ତି । ବିଜାପୁର ଜିଲ୍ଲାରେ  ୫୧ ଜଣ ପୁଲିସ ନିକଟରେ ଆତ୍ମସମର୍ପଣ  କରିଛନ୍ତି । ଏମାନଙ୍କ ମଧ୍ୟରେ ୯ ମହିଳା ଓ  ୪୨ ପୁରୁଷ ଅନ୍ତର୍ଭୁକ୍ତ । ୨୦ ଜଣଙ୍କ ଉପରେ  ମୋଟ ୬୬ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା  ହୋଇଥିଲା । ସେହିଭଳି ବସ୍ତର ଡିଭିଜନର  କାଙ୍କେର ଜିଲ୍ଲାରେ ୨୧ ଜଣ ଅସ୍ତ୍ର ଛାଡ଼ିବା ସହ  ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।ବିଜାପୁରରେ ଅଧିକାରୀମାନେ କହିଛନ୍ତି,  ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବ୍ୟାପକ  ମାଓଦମନ ନୀତି ଏବଂ ଶାନ୍ତି, ଆଲୋଚନା ଓ  ବିକାଶ କେନ୍ଦ୍ରିତ ଉଦ୍ୟମ ଯୋଗୁ ଜିଲ୍ଲାରେ ୫୧  ମାଓବାଦୀ ହିଂସା ରାସ୍ତା ଛାଡ଼ି ସମାଜର ମୁଖ୍ୟ  ଧାରାକୁ ଫେରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା  ଏମାନଙ୍କୁ ପୁନର୍ବାସ ପ୍ରୋତ୍ସାହନ ଭାବେ ୫୦  ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ  ମଧ୍ୟରେ ପିପୁଲ୍ସ ଲିବରେସନ ଗରିଲା ଆର୍ମି  (ପିଏଲ୍‌ଜିଏ) ବାଟାଲିୟନ୍‌ ନମ୍ବର ୧ ଓ  କମ୍ପାନି ନମ୍ବର ୧, ୨ ଏବଂ ୫ର ୫ ଜଣ  ସଦସ୍ୟ, ଜଣେ ଏରିଆ କମିଟି ସଦସ୍ୟ, ୭  ଜଣ ପ୍ଲାଟୁନ୍‌ ସଦସ୍ୟ, ଏଲ୍‌ଓଏସ୍‌ କମିଟିର  ୩ ଜଣ, ଜଣେ ମିଲିସିଆ ପ୍ଲାଟୁନ୍‌ କମାଣ୍ଡର,  ୧୪ ମିଲିସିଆ ପ୍ଲାଟୁନ୍‌ ସଦସ୍ୟ ଏବଂ ୨୦  ସାଧାରଣ ସଦସ୍ୟ ରହିଛନ୍ତି । ମାଓବାଦୀମାନେ  ହିଂସା ଓ ଜନବିରୋଧୀ ବିଚାରଧାରାକୁ ତ୍ୟାଗ  କରି ଶାନ୍ତି ଓ ପ୍ରଗତିର ରାସ୍ତା ବାଛିଛନ୍ତି ।ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ  ମଧ୍ୟରେ ବୁଦ୍ଧରାମ ପୋଟାମ ଓରଫ ରଞ୍ଜିତ  (୨୫), ମନକୀ କୋୱାସୀ (୨୪), ହୁଙ୍ଗୀ ସୋଢ଼ି  (୨୭), ରବୀନ୍ଦ୍ର ପୁନେମ ଓରଫ ଆୟତୁ (୨୫)  ଏବଂ ପିଏଲ୍‌ଜିଏ ସଦସ୍ୟା ଦେବେ କଟରାମ  (୨୫)ଙ୍କ ଭଳି ଦୁର୍ଦ୍ଦାନ୍ତ ସଦସ୍ୟ ରହିଛନ୍ତି ।  ଏମାନଙ୍କ ଉପରେ ୮ ଲକ୍ଷ ଟଙ୍କା ଲେଖାଏଁ  ପୁରସ୍କାର ରହିଥିଲା । ଅସ୍ତ୍ର ଛାଡ଼ିଥିବା ଅନ୍ୟ ଜଣେ  ମାଓବାଦୀ ମଙ୍ଗୁ ଓୟାମ୍‌ ଓରଫ ଲାଲୁ (୨୭)ଙ୍କ  ମୁଣ୍ଡରେ ୫ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା ।  ଏହାବ୍ୟତୀତ ୭ ଜଣଙ୍କ ଉପରେ ୨ ଲକ୍ଷ  ଟଙ୍କା ଲେଖାଏଁ ଓ ଅନ୍ୟମାନଙ୍କ ଉପରେ ଲକ୍ଷେ  ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା । ଏ ବର୍ଷ  ବିଜାପୁରରେ ୪୬୧ ମାଓବାଦୀ ମୁଖ୍ୟଧାରାକୁ  ଫେରିସାରିଲେଣି । ଯେବେ କି ସୁରକ୍ଷା ବଳଙ୍କ  କାର୍ୟ୍ୟାନୁଷ୍ଠାନରେ ୧୩୮ ଜଣ ନିପାତ ହୋଇଛନ୍ତି  ଏବଂ ୪୮୫ ଜଣଙ୍କୁ ଗିରଫ କରାଯାଇଛି ।  ୨୦୨୪ରୁ ଏ ପର୍ୟ୍ୟନ୍ତ ଜିଲ୍ଲାରେ ୬୫୦ ଜଣ  ଆତ୍ମସମର୍ପଣ କରିଥିବା ବେଳେ ୧୯୬ ନିପାତ  ହୋଇଛନ୍ତି । ୯୮୬ ଜଣଙ୍କୁ ଗିରଫ କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook