Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ‘ମନ୍ କି ବାତ୍’ରେ ଉଠିଲା ଓଡ଼ିଶା ମିଲେଟ୍‌ର ସଫଳତାର କାହାଣୀ

    Share on :
    ajab-Image
    Date: Jan 29, 2023    Views: 3931

    ନୂଆଦିଲ୍ଲୀ: ଓଡ଼ିଶାର ମିଲେଟ୍ ମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । ୯୭ତମ ମନ୍ କି ବାତ୍ କାର୍ୟ୍ୟକ୍ରମରେ ଉଠିଲା ଓଡ଼ିଶା ମିଲେଟ୍‌ର ସଫଳତାର କାହାଣୀ । ସୁନ୍ଦରଗଡ଼ର ଆଦିବାସୀ ଏସଏଚଜି ମହିଳାଙ୍କୁ ଭୂରି ଭୂରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ରାଜ୍ୟର ମିଲେଟ ମିଶନ ବିଷୟରେ ଜଣାଇଲେ ମୋଦି ।ଓଡ଼ିଶାର ମିଲେଟ୍ ମିଶନ ଏବେ ଜାତୀୟ ଗଣମାଧ୍ୟମର ହେଡଲାଇନ୍ ପାଲଟିଛି । ସୁନ୍ଦରଗଡ଼ର ଏକ ଆଦିବାସୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି ମିଶନରେ ସାମିଲ ହୋଇଛି । ମିଲେଟ ସଫଳତା ପଛରେ ଓଡ଼ିଶାର ବହୁ ଏସଏଚଜି ମହିଳାଙ୍କ ହାତ ଥିବା ବେଳେ ସୁନ୍ଦରଗଡ଼ର ୧୫ ଶହ ମହିଳା ମାଣ୍ଡିଆରେ ପୁଷ୍ଟିକର ଖାଦ୍ୟ ତିଆରି କରୁଛନ୍ତି । କୁକିଜ୍, ସରଗୋଲ, ଗୁଲାବ ଜାମୁନ, କେକ୍ ଆଦି ତିଆରି କରୁଛନ୍ତି । ଏ ସବୁ ମାଣ୍ଡିଆ ପ୍ରସ୍ତୁତ ସାମଗ୍ରୀର ଚାହିଦା ଖୁବ୍ ରହିଛି । ଏହାଦ୍ବାରା ମହିଳାମାନେ ଲାଭବାନ ହେଉଛନ୍ତି । ରୋଜଗାରକ୍ଷମ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ଅନ୍ତର୍ଜାତୀୟ ଯୋଗ ଦିବସ ଓ ଅନ୍ତର୍ଜାତୀୟ ମିଲେଟ୍ ବର୍ଷକୁ ସ୍ବୀକୃତି ଦେଇଛି ଜାତିସଂଘ । ଉଭୟ ଯୋଗ ଓ ମିଲେଟ୍ ସ୍ବାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ବ ବହନ କରୁଛି । ସୂଚନାଯୋଗ୍ୟ ୨୦୧୭ରେ ମିଲେଟ୍ ମିଶନ ଲଞ୍ଚ କରିଥିଲା ରାଜ୍ୟ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook