Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମମିତାଙ୍କୁ ନ୍ୟାୟ ଦାବି, ୩୦ରେ ୬ ଘଣ୍ଟିଆ ଭଦ୍ରକ ବନ୍ଦ

    Share on :
    ajab-Image
    Date: Oct 27, 2021    Views: 3332

    ଭଦ୍ରକ: ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପାଇଁ ସବୁଠି ରାଜନୈତିକ ଦଳର ପ୍ରତିବାଦ । ଏହି କ୍ରମରେ ଚଳିତ ମାସ ୩୦ ତାରିଖରେ ୬ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି । ସକାଳ ୬ ରୁ ଦିନ ୧୨ ପର୍ୟ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ମମିତା ମେହେରଙ୍କୁ ନ୍ୟାୟ ସହ ମନ୍ତ୍ରୀଙ୍କ ଗିରଫ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।

     ବିଜେପି ମମିତା ମେହେରଙ୍କ ହତ୍ୟା ଘଟଣା ପରଠାରୁ ପ୍ରତିବାଦ କରି ଆସୁଛି । ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବାନେଇ ଦାବି କରିଛି ବିଜେପି । ଏହି ଘଟଣା ପରେ ମଧ୍ୟ ରାଜ୍ୟ ସରକାର ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନେଇ ନାହିଁ । ତେଣୁ ମନ୍ତ୍ରୀଙ୍କ ପାଇଁ ତଦନ୍ତ ପ୍ରଭାବିତ ହେବା ନେଇ ବିଜେପି ଅଭିଯୋଗ କରିଛି । ମନ୍ତ୍ରୀଙ୍କୁ ବହିଷ୍କାର କରିବା ସହ ଗିରଫ କରାଯିବା ଦାବି ନେଇ ଭଦ୍ରକ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଏନେଇ ବିଜେପି ଜିଲ୍ଲା ସଭାପତି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜିଲ୍ଲାର ସମସ୍ତ ବ୍ଲକରେ ବନ୍ଦ ଏହି ପାଳନ ହେବ । ସ୍କୁଲ, କଲେଜ, ସରକାରୀ ଅଫିସ ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିବ ବୋଲି ବିଜେପି ଜିଲ୍ଲା ସଭାପତି କହିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook