Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    ଆଇପିଏଲରୁ ଧୋନି ପାଇଛନ୍ତି ୧୬୪ କୋଟି

    Share on :
    ajab-Image
    Date: Apr 21, 2022    Views: 3526

    ନୂଆଦିଲ୍ଲୀ : ଏବେ ଆଇପିଏଲକୁ ନେଇ କ୍ରିକେଟପ୍ରେମୀଙ୍କ ମନରେ ବହୁତ ଉତ୍କଣ୍ଠା ପରିଲକ୍ଷିତ ହୋଇଛି  । ସଂଜ ହୋଇଗଲେ କୋଟିକୋଟି ଭାରତୀୟ ଆଇପିଏଲ ଦେଖିବା ପାଇଁ ଟିଭି ଆଗରେ ହାଜର ହୋଇଯାଉଛନ୍ତି  । ଆଇପିଏଲକୁ ଅନେକ ଇଣ୍ଡିଆନ ପଇସା ଲିଗ କହୁଥିବାବେଳେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଆୟ ଜାଣିଲେ ଆପଣ ନିଶ୍ଚିତ ଭାବେ ଚକିତ ହୋଇଯିବେ ।  

    ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ୨୦୦୮ରୁ ଆରମ୍ଭ ହୋଇଥିଲା  । ଏହାକୁ ବିଶ୍ୱର ବିତ୍ତଶାଳୀ କ୍ରିକେଟ ଲିଗ ବୋଲି ମଧ୍ୟ କୁହାଯାଏ  । ଗତ ୧୫ଟି ସଂସ୍କରଣ ମଧ୍ୟରେ ଏହି ଲିଗରୁ ମହେନ୍ଦ୍ର ସିଂହ ଧୋନି ସବୁଠୁ ଅଧିକ ଆୟ କରି ରେକର୍ଡ ସୃଷ୍ଟି କରିଛନ୍ତି  । ପୂର୍ବତନ ଭାରତୀୟ ତଥା ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସକେ) ଅଧିନାୟକ ଧୋନି ଏପର୍ଯ୍ୟନ୍ତ ସମସ୍ତ ୧୫ଟି ଯାକ ସଂସ୍କରଣରେ ସାମିଲ୍‌ ଥିଲାବେଳେ ତାଙ୍କର ମୋଟ ଆୟ ୧୬୪ କୋଟି ଟପିସାରିଛି । ତାଙ୍କ ପଛକୁ ପୂର୍ବତନ ଭାରତୀୟ କ୍ୟାପଟେନ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ବିରାଟ କୋହଲି ରହିଛନ୍ତି ।  

    ଧୋନି ୨୦୦୮ରୁ ଆଇପିଏଲ୍‌ ଖେଳି ଆସୁଥିଲା ବେଳେ ସିଏସ୍‌କେ ଫ୍ରାଞ୍ଜାଇଜ୍‌ ପାଇଁ ଜଣେ ଦାମୀ ଖେଳାଳି ରହି ଆସିଛନ୍ତି । ସେ ସିଏସ୍‌କେର ନିୟମିତ ସଦସ୍ୟ ରହିଥିଲେ ମଧ୍ୟ ସିଏସକେ ଦୁଇ ବର୍ଷ ପାଇଁ ବାସନ୍ଦ ହେବାରୁ ଧୋନି ରାଇଜିଂ ପୁଣେ ସୁପରଜ୍ୟାଣ୍ଟସ ପାଇଁ ଖେଳିଥିଲେ । ଫଳରେ ୨୦୦୮ରୁ ଏପର୍ଯ୍ୟନ୍ତ ତାଙ୍କ ଆୟ ୧୬୪ କୋଟି ୮୪ ଲକ୍ଷ ଟଙ୍କାରେ ପହଞ୍ଚିଛି । ଆଇପିଏଲ ଆୟ କ୍ଷେତ୍ରରେ ସେ ପ୍ରଥମ ସ୍ଥାନରେ ରହିଛନ୍ତି ।

    ପ୍ରସ୍ତୁତି : ତୃପ୍ତିରେଖା ରଣା

    Maximum 500 characters

    Find Us on Facebook