Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଉପରମୁଣ୍ଡରେ ପ୍ରବଳ ବର୍ଷା, ବୃଦ୍ଧି ପାଇଛି ମହାନଦୀର ଜଳସ୍ତ

    Share on :
    ajab-Image
    Date: Aug 12, 2022    Views: 4519

    କଟକ: ଫୁଲୁଛି ମହାନଦୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଏବେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି । ମୁଣ୍ଡଳିଠାରେ ମହାନଦୀର ଉପରମୁଣ୍ଡରେ ୮୫.୨୦ ମିଟର ଓ ତଳ ମୁଣ୍ଡରେ ୮୩.୦୦ ମିଟର ରହିଥିବା ବେଳେ ମୁଣ୍ଡଳି ବ୍ୟାରେଜ ଦେଇ ୩ ଲକ୍ଷ ୭୮ ହଜାର ୫୨୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ନରାଜ ବ୍ୟାରେଜର ଉପରମୁଣ୍ଡରେ ୨୪.୯୦ ମିଟର ଓ ତାଳମୁଣ୍ଡରେ ୨୧.୭୫ ମିଟର ରହିଛି ଏବଂ ନରାଜ ବ୍ୟାରେଜ ଦେଇ ବର୍ତ୍ତମାନ ୧ ଲକ୍ଷ ୪୮ ହଜାର କ୍ୟୁସେକ ପ୍ରବାହିତ ହୋଇଛି । ମହାନଦୀରେ ବିପଦ ସଂକେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ତଳିଆ ଅଞ୍ଚଳ ପ୍ରତି କୌଣସି ବିପଦ ନଥିବା ସୂଚନା ଦେଇଛନ୍ତି ।

    ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଛି ଜଳସ୍ତର । ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ୩ ଲକ୍ଷ ୯୨ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୧୪ଟି ଗେଟ ମାଧ୍ୟମରେ ୨ ଲକ୍ଷ ୫୦ ହଜାର ଘନଫୁଟ ଜଳ ନିଷ୍କାସନ ହେଉଛି । ବର୍ତମାନ ୬୧୫ ଫୁଟରେ ଜଳସ୍ତର ପହଂଚିଥିବାବେଳେ ୬୩୦ ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ରହିଛି । ହୀରାକୁଦରେ ଜଳସ୍ତର ବୃଦ୍ଧି ହେବାରୁ ଆଜି ଆଉ ୪ଟି ଗେଟ୍ ଖୋଲିଛି । ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟୁ ୮ ଓ ଡାହାଣ ପାର୍ଶ୍ବରୁ ୬ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook