Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମାଆ ଭଟ୍ଟାରିକାଙ୍କ ପୀଠରେ ୧୪୪ଧାରା

    Share on :
    ajab-Image
    Date: Aug 15, 2022    Views: 2798


    ନରସିଂହପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ୩୪ଟି ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଏଥିପାଇଁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିଛି । ଫଳରେ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠ ଜଳମଗ୍ନ ହୋଇଛି । ବନ୍ୟା ଜଳ ଦେଖିବାକୁ ଲୋକଙ୍କ ଭିଡ ଜମୁଛି । କୌଣସି ଅଘଟଣ ନ ଘଟିବା ପାଇଁ ଭଟ୍ଟାରିକା ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଭଟ୍ଟାରିକାଙ୍କ ପୀଠକୁ ଲୋକମାନଙ୍କୁ ଯିବାକୁ  ବାରଣ କରାଯାଇଛି ।

    ମହାନଦୀରେ ବନ୍ୟା ଆସିବା ଫଳରେ  ବନ୍ୟା ଜଳରେ ମାଆ ଭଟ୍ଟାରିକାଙ୍କ ମନ୍ଦିର, ଭଜନ ମଣ୍ଡପ ବୁଡ଼ି ଯାଇଛି । ତେବେ ବନ୍ୟାକୁ ଦେଖି କାଲିଠାରୁ ମାଆଙ୍କ ଚଳନ୍ତି ପ୍ରତିମାକୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ସେହିପରି ବଡମ୍ବାର ଗମେଇ, ବଙ୍ଗରିସିଙ୍ଗା, ଗୋପୀନାଥପୁର ଓ କଣ୍‌ଢା ଭଳି ଅଂଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି ।  ଲୋକଙ୍କ ଘରେ ପାଣି ପଶି ଯାଇଛି । ପାଣିଘେରରେ ଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

     

    Maximum 500 characters

    ତାଜା ଖବର View all

    Find Us on Facebook