Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଣି ବଢ଼ିଲା ଏଲପିଜି

    Share on :
    ajab-Image
    Date: May 20, 2022    Views: 3750

    ଭୁବନେଶ୍ୱର: ଦରବୃଦ୍ଧି ଖାଉଟିଙ୍କ ପିଛା ଛାଡ଼ୁନାହିଁ । ଚଳିତ ମାସ ଦୁଇ ଥର ବଢିଲାଣି ଏଲପିଜି ଦର । ମେ’ ୭ରେ ୫୦ଟଙ୍କା ଆଉ ଆଜି ପୁଣି ୩ଟଙ୍କା ୫୦ପଇସା ମହଙ୍ଗା ହୋଇଛି ଘରୋଇ ଏଲପିଜି ଗ୍ୟାସ । ପାରିବାରିକ ବଜେଟକୁ ଏହା ଅତି ମାତ୍ରାରେ ବାଧିଲାଣି । ପେଟ୍ରୋଲ, ଡ଼ିଜେଲ, ଖାଇବା ତେଲ ସହ ପନିପରିବା ଦର ଆଖି ପିଛୁଳାକେ ବଢ଼ିଚାଲିଛି । ଏଭଳି ସ୍ଥିତିରେ ଖାଉଟିଙ୍କୁ କନ୍ଦାଇଲାଣି ଦରବୃଦ୍ଧି ।

    ରାଜଧାନୀ ଭୁବନେଶ୍ୱରରେ ୧୪.୨ କିଲୋଗ୍ରାମଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ଦାମ ପୂର୍ବରୁ ୧୦୨୬ ଟଙ୍କା ଥିବାବେଳେ ଆଜି ୧୦୨୯.୫୦ଟଙ୍କାକୁ ବୃଦ୍ଧି ପାଇଛି । କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ବି ୮ଟଙ୍କା ମହଙ୍ଗା ହୋଇଛି । ଚଳିତ ମାସରେ ଗ୍ୟାସ ଦରରେ ଏହା କ୍ରମାଗତ ଦ୍ୱିତୀୟ ବୃଦ୍ଧି । ସୂଚନାଯୋଗ୍ୟ, ଏହା ପୂର୍ବରୁ ମାର୍ଚ୍ଚରେ ବି ଏଲପିଜି ଦାମ ୫୦ ଟଙ୍କା ବୃଦ୍ଧି ଘଟିଥିଲା । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook